ଉତ୍ତରପ୍ରଦେଶ କାଶଗଂଜରେ ଥମୁନି ଉତ୍ତେଜନା : ୧୪୪ ଧାରା ଜାରି ସତ୍ୱେ ପରିସ୍ଥିତି ଅଣାୟତ୍ତ, ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

41

କନକ ବ୍ୟୁରୋ : ଥମୁନି ଉତ୍ତେଜନା । ଉତ୍ତରପ୍ରଦେଶର କାଶଗଂଜରେ ତ୍ରିିରଙ୍ଗା ଯାତ୍ରାରୁ ଆରମ୍ଭ ହୋଇଥିବା ତୁମୁଳକାଣ୍ଡ ଯୋଗୁଁ ଆଜି ତୃତୀୟ ଦିନରେ ବି ଉତ୍ତେଜନା ଲାଗିରହିଛି । ସହରରେ ୧୪୪ ଧାରା ଜାରି ସତ୍ୱେ ଉତ୍ତେଜିତ ଦୁର୍ବୃତ୍ତମାନେ ଆଜି ଦୋକାନ ବଜାରରେ ନିଆଁ ଲଗାଇ ଦେଇଛନ୍ତି । ଏହାପୂର୍ବରୁ ଗତକାଲି ମଧ୍ୟ ଦୁର୍ବୃତ୍ତମାନେ ବସ୍ ପୋଡାଜଳା କରିବା ସହ ବିଭିନ୍ନ ସ୍ଥାନରେ ଭଙ୍ଗା ରୁଜା କରିଥିଲେ । ସହରରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । କିନ୍ତୁ ଉତ୍ତେଜନା ଥମିବାର ନାଁ ଧରୁନାହିଁ । ଗଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ପରିସ୍ଥିତି ଏପରି ହୋଇଥିଲା ଯେ ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏପରିକି କେତେକ ସ୍ଥାନରେ ଇଂଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ସହରର ପରିସ୍ଥିତ ସମୀକ୍ଷା କରିଛନ୍ତି ଡିଏମ ଆରପି ସିଂହ । ବିଭିନ୍ନ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୫୦ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି । ହିଂସା ଘଟଣାରେ ଷଡଯନ୍ତ୍ର କରାଯାଇଥିବା ସନ୍ଦେହ କରୁଥିବା କହିଛନ୍ତି ଆରପି ସିଂହ । ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।