ଶୌଚାଳୟ ପାଇଁ ଶାଶୁ ଘର ଛାଡ଼ିଲେ ମହିଳା ! ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା ?

33

ଶୌଚାଳୟ ନଥିବାରୁ ଶାଶୁ ଘର ଛାଡ଼ିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସଂମ୍ବଲ ଅଂଚଳରେ । ଶୌଚାଳୟ ପାଇଁ ମହିଳା ଜଣକ କହିବା ପରେ ଶାଶୁ ଘର ଲୋକ ତାଙ୍କୁ ମାଡ଼ପିଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ଲୋକଙ୍କୁ ଟଏଲେଟ ପାଇଁ ପ୍ରୋତ୍ସାହନ ମିଳୁଥିବା ସମୟରେ ଏମାନଙ୍କ ପାଖରେ ପହଂଚିପାରୁନି ଏହି ସବୁ ସୁବିଧା । ତେବେ ମହିଳା ଜଣକ ଟଏଲେଟ ପାଇଁ କହିବାପରେ ଶାଶୁ ଘର ପକ୍ଷରୁ ତାଙ୍କ ବାପଘରୁ ପଇସା ଆଣି ପାଇଖାନା ନିର୍ମାଣ କରିବାକୁ ଧମକ ମଧ୍ୟ ମିଳିଥିଲା ।

ତେବେ ମହିଳାଙ୍କ ଭାଇ ଟଏଲେଟ ପାଇଁ ୨୫ ହଜାର ଟଙ୍କା ଦେଇଥିଲେ ମଧ୍ୟ ତାକୁ ଶାଶୁଘର ଲୋକେ ଖର୍ଚ୍ଚ କରିଦେଇଥିଲେ । ସୂଚନା ଅନୁସାରେ ମହିଳା ଜଣଙ୍କ ୨୦୧୪ରେ ସମ୍ପୁର୍ଣ୍ଣ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିଥିଲେ । ଏବଂ ଯୌତୁକ ବାବଦକୁ ଏକ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ତେବେ ଶାଶୁଘର ଲୋକ ପାଇଖାନା ନିର୍ମାଣ ନକରିବା ଏବଂ ଏଭଳି ଶାରୀରିକ ନିର୍ଯ୍ୟାତନା ଦେବା ଯୋଗୁଁ ମହିଳା ଜଣକ ଶେଷରେ ଶାଶୁଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।