ବସ ପରେ ବିଜୁଳି ଖୁଣ୍ଟ ! ଗେରୁଆ ରଙ୍ଗରେ ରଙ୍ଗୀନ ହେବ ଉତ୍ତରପ୍ରଦେଶର ସମସ୍ତ ବିଜୁଳି ଖୁଣ୍ଟ

8

କନକ ବ୍ୟୁରୋ : ଭାରତର ଅଧିକାଂଶ ରାଜ୍ୟ ଏବେ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି ବିଜେପି ଶାସିତ ରାଜ୍ୟରେ ଏବେ ଗେରୁଆ ବାନା ଉଡୁଛି ଗତକିଛି ଦିନ ପୂର୍ବେ ଉତ୍ତରପ୍ରଦେଶରେ ଗେରୁଆ ରଙ୍ଗର ବସ୍ ଚଳାଇବା ପାଇଁ ଯୋଗୀ ସରକାର ନିଷ୍ପତି ନେଇଥିଲେ ଏବେ ବସ୍ ପରେ ଇଳେକ୍ଟିକ ଖୁଣ୍ଟର ପାଳି ରାଜ୍ୟର ସମସ୍ତ ବେଆଇନ୍ ବିଜୁଳି ସଂଯୋଗକୁ ନିୟମିତ କରିବାକୁ ସ୍ଥିର କରିଥିବା ଯୋଗୀ ଆଦିତ୍ୟନାଥ ସରକାର ସମ୍ପୃକ୍ତ ଅଞ୍ଚଳର ସମସ୍ତ ବିଜୁଳି ଖୁଣ୍ଟରେ ଗେରୁଆ ରଙ୍ଗ ଦେବାକୁ ନିଷ୍ପତି ନେଇଛନ୍ତି

କେନ୍ଦ୍ର ସରକାରଙ୍କ ପାୱାର ଫର୍ ଅଲ ଯୋଜନାର ସଫଳ ରୂପାୟନ ପାଇଁରାଜ୍ୟରେ ଥିବା ବିଭିନ୍ନ କଲୋନିର  ସମସ୍ତ ବେଆଇନ ବିଜୁଳି ସଂଯୋଗକୁ ନିୟମିତ କରାଯିବାକୁ ନିଷ୍ପତି ନିଆଯାଇଛି ଏଥିପାଇଁ ବ୍ୟବହୃତ ହେବାକୁ ଥିବା ବିଜୁଳି ଖୁଣ୍ଟକୁ କଲର କୋର୍ଡରେ ଅନ୍ତର୍ଭୁକ୍ତ କରିବାକୁ ଉତ୍ତର ପ୍ରଦେଶ ଶକ୍ତି ବିଭାଗ ନିଷ୍ପତି ନେଇଛି

ଶକ୍ତି ବିଭାଗର ସଚିବ ଆଲୋକ କୁମାରଙ୍କ କହିବା ଅନୂଯାୟୀ, କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଖୁବଶୀଘ୍ର କାଯ୍ୟକାରୀ କରାଯିବ ତେବେ ବେଆଇନ ବିଦ୍ୟୁତ ସଂଯୋଗରେ ବ୍ୟବହୃତ ହେବାକୁ ଥିବା ସମସ୍ତ ଖୁଣ୍ଟରେ ଗୋଟିଏ ପ୍ରକାର ରଙ୍ଗ ଦିଆଯିବ ଯାହା ଅନ୍ୟ ବିଜୁଳି ଖୁଣ୍ଟ ଠାରୁ ଏହାକୁ ଭିନ୍ନ କରିବ

ଏହି ଯୋଜନାରେ ବ୍ୟବହାର ହେବାକୁ ଥିବା ଖୁଣ୍ଟକୁ ସହଜରେ ଚିହ୍ନଟ କରିବା ପାଇଁ ବିଜୁଳି ଖୁଣ୍ଟ ଗୁଡିକୁ ଗେରୁଆ ରଙ୍ଗ କରାଯାଇଛି ବୋଲି ଦକ୍ଷିଣାଞ୍ଚଳ ପାୱାର ଡିଷ୍ଟ୍ରିବ୍ୟୁସନ୍ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବର୍ମା କହିଛନ୍ତି

ଉତ୍ତର ପ୍ରଦେଶ ଶକ୍ତି ବିଭାଗ ଅନୁଯାୟୀ, ଏବେ ରାଜ୍ୟରେ ୩୦ ହଜାରରୁ ଅଧିକ କଲୋନି ଅଛି ଯେଉଁଠାରେ ବିଦ୍ୟୁତ ସଂଯୋଗ ବୈଧ୍ୟ କରାଯିବ  କେବଳ ଲକ୍ଷ୍ନୌରେ ହିଁ ୩୫୦ରୁ ଅଧିକ ବେଆଇନ ଅବିକଶିତ କଲୋନି ରହିଛି ଯେଉଁଠାରେ ବିଦ୍ୟୁତ ସଂଯୋଗ ବୈଧ କରାଯିବ

ରାଜ୍ୟ ସରକାରଙ୍କ ସୁଗମ ସଂଯୋଗ ଯୋଜନା ଅନୁଯାୟୀବିଜୁଳି ଖୁଣ୍ଟରେ କଲର କୋଡିଙ୍ଗ ବ୍ୟବସ୍ଥା କରାଯାଉଛି ସୁଧୀର କୁମାର ବର୍ମାଙ୍କ କହିବା ଅନୁଯାୟୀ, ପୂର୍ବରୁ ନୂଆ ବିଜୁଳି ଖୁଣ୍ଟ ଲାଗୁଥିଲେ ଏହାର ଖର୍ଚ୍ଚ ଉପଭୋକ୍ତାଙ୍କୁ ଦେବାକୁ ପଡୁଥିଲା କିନ୍ତୁ ଏହି ଯୋଜନାରେ ନୂଆ ଖୁଣ୍ଟର ସମସ୍ତ ଖର୍ଚ୍ଚ ଶକ୍ତି ବିଭାଗ ବହନ କରିବ ବୋଲି ବର୍ମା କହିଛନ୍ତି

କିଛି ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଏବେ ପ୍ରତ୍ୟେକ ରାଜନୈତିକ ଦଳ ନିଜର ଦଳୀୟ ରଙ୍ଗର ଉପଯୋଗ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ସାର୍ବଜନିକ ସ୍ଥାନରେ କରୁଛନ୍ତି ଏଭଳି ଘଟଣା ନୂଆ ନୁହେଁ ପୂର୍ବରୁ ଅଖିଳେଶ ଯାଦବ ମଧ୍ୟ ନିଜ ଦଳର ରଙ୍ଗକୁ ସାର୍ବଜନିକ ସ୍ଥାନରେ ବ୍ୟବହାର କରିଥିଲେ ତା ଛଡା ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଶାସନ କାଳରେ ଉତ୍ତରପ୍ରଦେଶର ସମସ୍ତ ସଡକର ଡିଭାଇଡର ସାଇନବୋର୍ଡକୁ ନୀଳ ରଙ୍ଗ କରାଯାଇଥିଲା ଯାହା ତାଙ୍କ ଦଳୀୟ ରଙ୍ଗକୁ ସୂଚାଉଥିଲା କେବଳ ଏହି ଦଳୀୟ ରଙ୍ଗ ରାଜନୀତି ଉତ୍ତରପ୍ରଦେଶରେ ସୀମିତ ନାହିଁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ମଧ୍ୟ ସର୍ବସାଧାରଣ ସ୍ଥାନରେ ତାଙ୍କର ଦଳୀୟ ରଙ୍ଗ ଧଳା ନୀଳ ରଙ୍ଗର ବ୍ୟବହାର କରିଛନ୍ତି

 

 

 

Comments are closed.