ଉତରକୋରିଆ ଓ ଆମେରିକା ମଧ୍ୟରେ ବଢ଼ୁଛି ଉତେଜନା ! ସର୍ବସାଧାରଣରେ ନୂଆ ଦୂରଗାମୀ କ୍ଷେପଣାସ୍ତ୍ରର ପ୍ରଦର୍ଶନ କଲା ଉତରକୋରିଆ

36

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗିଛି ଆମେରିକା ଓ ଉତରକୋରିଆ ମଧ୍ୟରେ ଉତେଜନା । କୋ÷ଣସି ବି ପରିସ୍ଥିତିରେ ହୋଇପାରେ ଯୁଦ୍ଧ । ସର୍ବସାଧାରଣରେ ଦୂରଗାମୀ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ର ପ୍ରଦର୍ଶନ କରିଛି ଉତରକୋରିଆ । ଉତରକୋରିଆର ପ୍ୟୋଙ୍ଗୟୋଙ୍ଗରେ ଏହି କ୍ଷେପଣାସ୍ତ୍ରକୁ ପ୍ରଦର୍ଶନ କରିଛି ଉତର କୋରିଆ । କୁହାଯାଉଛି ଏହି ଦୂରଗାମୀ କ୍ଷେପଣାସ୍ତ୍ର ଆମେରିକାରେ ପହଁଚିବା ପାଇଁ ସକ୍ଷମ । ତେଣୁ ଉତର କୋରିଆର ଶାସକ କିମ୍ ଜଙ୍ଗ୍ ଏହି କ୍ଷେପଣାସ୍ତ୍ରକୁ ଆମେରିକାକୁ ବ୍ୟବହାର କରବାର ଆଶଙ୍କା କରାଯାଉଛି ।

ସେପେଟେ ଉତରକୋରିଆ ସୀମାର ନିକଟତର ହେଉଛି ଆମେରିକାର ଯୁଦ୍ଧ ଜାହାଜ । ଏହାକୁ ଦେଖି କିମ୍ ଜଙ୍ଗ ଖୋଲା ଧମକ ଦେଇ କହିଛନ୍ତ ଆମେରିକା ଆକ୍ରମଣ କଲେ ପ୍ରତିବାଦରେ ପରମାଣୁ ଆକ୍ରମଣ କରାଯିବ । ତେବେ ସମସ୍ତ ପ୍ରକାର ଆକ୍ରମଣର ମୁକାବିଲା କରିବା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ଟ୍ରମ୍ପ ପ୍ରଶାସନ କହିଛି । ଏବଂ ଉତରକୋରିଆକୁ ଚେତବନୀ ଦେଇଛି । ଏଭଳି ସ୍ଥତିରେ ଜର୍ମାନୀ ଓ ଦକ୍ଷିଣକୋରିଆ ଆମେରିକାକୁ ସମର୍ଥନ କରୁଛନ୍ତି । ତେବେ ଚୀନ ଓ ଋଷିଆର ଆଭ୍ୟମୁଖ୍ୟ ସ୍ପଷ୍ଟ ହୋଇନାହିଁ ।