ଅଟଳଙ୍କ ଅସ୍ଥି ବିସର୍ଜନ ବେଳେ ଅଘଟଣ : ଉତ୍ତରପ୍ରଦେଶର କୁଆନୋ ନଦୀରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତୀଗଲେ ନେତା ଓ ପ୍ରଶାସନିକ ଅଧିକାରୀ

35

କନକ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ଦେଶର ଅନେକ ନଦୀରେ ବିଜେପି ନେତାମାନେ କରୁଛନ୍ତି । ତେବେ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ବେଳେ ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁସାରେ କୁଆନୋ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ସ୍ଥାନୀୟ ସାସଂଦ, ବିଧାୟକ, ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧୀକ୍ଷକ ନଦୀ ଭିତରକୁ ଏକ ଡଙ୍ଗା ସାହାଯ୍ୟରେ ଯାଇଥିଲେ । ତେବେ କୈାଣଶି କାରଣରୁ ନଦୀ ମଧ୍ୟରେ ଡଙ୍ଗାଟି ସନ୍ତୁଳନ ହରାଇବାରୁ ନଦୀ ଭିତରେ ହିଁ ନେତା ଓ ପ୍ରଶାସନିକ ଅଧିକାରୀମାନେ ପଡିଯାଇଥିଲେ । ତେବେ ଡଙ୍ଗାରେ ସାମର୍ଥ୍ୟଠାରୁ ଅଧିକ ଲୋକ ବସିଥିବାରୁ ଏପରି ଅଘଟଣ ହେଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

 

ତେବେ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାରୁ ଡଙ୍ଗା ବୁଡିଯିବା ପରେ ତତକ୍ଷଣାତ ସମସ୍ତ ଅଧିକାରୀମାନଙ୍କୁ ଉଦ୍ଧାର କରାଯାଇଛି । ନଦୀରେ ବୁଡିବା ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ସେମାନେ ବର୍ତ୍ତମାନ ସମୟରେ ବିପଦ ମୁକ୍ତ ଥିବା ଜଣାପଡିଛି । ସୂଚନା ଅନୁସାରେ ବାଜପେୟୀଙ୍କ ଅସ୍ଥି ଉତ୍ତରପ୍ରଦେଶର ସମସ୍ତ ନଦୀରେ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘୋଷଣା କରିଛନ୍ତି ତେଣୁ ନଦୀରେ ଅସ୍ଥି ବିସର୍ଜନ ବେଳେ ଏପରି ଅଘଟଣ ହୋଇଥିବା ଜଣାପଡିଛି ।