ମିରଟରେ ଅଭାବନୀୟ କାଣ୍ଡ । ବାପାର ଚାପୁଡା ବଦଳରେ ପୁଅ ଚଳାଇଲା ଗୁଳି, ଚାଲିଗଲା ବାପାଙ୍କ ଜୀବନ

ବାପା ତାକୁ ବୁଝାଇବାପାଇଁ ଚେଷ୍ଟା କରିବା ସହ ତାଙ୍କ କଥାରେ ପୁଅ ଅମାନ ହେବାରୁ ତାକୁ ଚାପୁଡା ମାରିଥିଲେ

110

କନକ ବ୍ୟୁରୋ : ସାଧାରଣ ଭାବରେ ପିଲାମାନେ କୌଣସି ପ୍ରକାର ବଦମାସି କଲେ କିମ୍ବା ଦୁଷ୍ଟାମି କଲେ ତାହାକୁ ତାର ବାପା ଓ ମା ସଜାଡି ଥାଅନ୍ତି । ତେଣୁ ଏହା ପରିବାର ମଧ୍ୟରେ ଏକ ନିତିଦିନ କଥା । ତେବେ ଏହି ସାମନ୍ୟ କଥାରୁ ଏପରି ଏକ ଘଟଣା ଘଟିଛି ଯାହାକୁ କେହି କେବେ ବିଶ୍ୱାସ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁସାରେ ମିରଟର ଏକ ପିଲା କୌଣସି ଭୁଲ କାମ କରିଥିଲା । ତେବେ ଏହା ଜାଣିପାରି ତାହାର ବାପା ତାକୁ ଚାପୁଡା ମାରିଥିଲେ । ହେଲେ ଏହାର ପରିଣତି ଯେ, କଣ ହେବ ତାହା କେହି ଜାଣି ନଥିଲେ ବା କଳ୍ପନା ବି କରିନଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ , ବାପାର ଚାପୁଡା ବଦଳରେ ପୁଅ ଚଳାଇଛି ଗୋଲି । ଏହା ପରେ ସେହି ପୁଅର ଗୁଳିରେ ହିଁ ଚାଲିଗଲା ବାପାଙ୍କ ଜୀବନ । ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରୁ ହିଁ ପୁଅ ଫେରାର ହୋଇଥିବା ଜଣାପଡିଛି । ଏହା ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି । ହେଲେ ଏପରି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଚଂଳରେ ଲୋକମାନଙ୍କ ପ୍ରବଳ ଭିଡ ଜମିଥିଲା ।

 

ତେବେ ପ୍ରକୃତ ଘଟଣା ଜାଣିବା ପାଇଁ ସ୍ଥାନୀୟ ଲୋକମାନଙ୍କୁ ପୋଲିସ ପଚରା ଉଚରା କରିବାପରେ ଜଣାପଡିଥିଲା ଯେ, ମିରଟରେ ରହୁଥିବା ଜଣେ ଯୁବକ କୌଣସି କାମ ଧନ୍ଦା କରୁନଥିଲା । ତେଣୁ ପରିବାରରେ ଥିବା ଲୋକମାନେ ତାହାକୁ କୈାଣସି କାମ କରିବା ସହ କିପରି ଭାବରେ ନିଜେ କାମ କରି ପେଟ ପୋଷି ହେବ ସେନେଇ ବୁୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ପରେ ଶେଷରେ ବାପା ତାକୁ ବୁଝାଇବାପାଇଁ ଚେଷ୍ଟା କରିବା ସହ ତାଙ୍କ କଥାରେ ପୁଅ ଅମାନ ହେବାରୁ ତାକୁ ଚାପୁଡା ମାରିଥିଲେ । ହେଲେ ସେ ଜାଣଇନଥିଲେ ଯେ, ତାଙ୍କର ଗୋଟିଏ ଚାପୁଡ ପାଇଁ ନିଜର ଜୀବନ ଚାଲିଯିବ । ତେବେ ପୁଅର ଏପରି କାମ ପରେ ପରିବାରର ଅନ୍ୟ ଲୋକମାନେ ତାରୁ ଫେରାର କରିବା ପାଇଁ ସାହାଯ୍ୟ କରିଥିବା ନେଇ ମଧ୍ୟ ଜଣାପଡିଛି । କେବଳ ଏତିକି ନୁହେଁ ଗୁଳିର ଶଦ୍ଦ ଶୁଣି ପାଖ ଲୋକମାନେ ଦୌଡି ଆସିବା ପରେ ମଧ୍ୟ ପରିବାର ଲୋକ ଘଟଣାକୁ ଲୁଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ । ହେଲେ ପଡୋଶୀ ମାନଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ ଓ ଏହା ପରେ ହିଁ ସମସ୍ତ ଘଟଣାରୁ ପରଦା ହଟିଥିଲା ।