ପେଟ୍ରୋଲ୍ ପକାଉଛନ୍ତି! ସାବଧାନ୍ . . ଚିପ୍ ଜରିଆରେ ଗ୍ରାହକଙ୍କ ଠାରୁ ପେଟ୍ରୋଲ୍ ଚୋରୀ କରୁଛନ୍ତି କର୍ମଚାରୀ

40

ପେଟ୍ରୋଲ୍ ପମ୍ପରେ ଗ୍ରାହକଙ୍କୁ ଲୁଟୁଛନ୍ତି କର୍ମଚାରୀ । ପେଟ୍ରୋଲ୍ ଦେବା ବେଳେ ଚୋରୀ କରୁଛନ୍ତି ପେଟ୍ରୋଲ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ଗୁରୁବାର ରାତିରେ ୟୁପିର ସ୍ପେଶାଲ୍ ଟାସ୍କ ଫୋର୍ସ ଲକ୍ଷ୍ମୌର ବିଭିନ୍ନ ସ୍ଥାନରେ କରିଥିଲା କରିଥିଲା ଚଢାଉ । ଆଉ ଚଢାଉ ସମୟରେ ୮ଟି ପେଟ୍ରୋଲ୍ ପମ୍ପରୁ ଇଲେକଟ୍ରୋନିକ୍ ଚିପ୍ ଜବତ କରିଛି ଏସଟିଏଫ୍ ।

ଏହି ଚିପ୍ ଜରିଆରେ ଗ୍ରାହକଙ୍କୁ ଚୁନା ମାରୁଥିଲେ କର୍ମଚାରୀ । ପେଟ୍ରୋଲ୍ ଦେବା ବେଳେ ଏକ ଲିଟର ପେଟ୍ରୋଲରୁ ୫୦ ମିଲିଲିଟର ଚୋରୀ କରି ନେଉଥିବାର ସୂଚନା ମଳିଛି ।

ପୂର୍ବରୁ ଏଭଳି ଚୋରୀ ଅଭିଯୋଗ ହୋଇ ଆସୁଥିଲା । ତେଣୁ ଗୁରୁବାର ହଠାତ୍ ଏସଟିଏଫ୍ ବିଭିନ୍ନ ପେଟ୍ରୋଲ୍ ପମ୍ପ ଉପରେ ଚଢାଉ କରିଥିଲା । ଜବତ ହୋଇଥିବା ଚିପର ଦାମ୍ ପ୍ରାୟ ୩୦୦୦ ଟଙ୍କା । ତେବେ ଏହି ଚିପ୍ ତିଆରି କରିଥିବା ମୁଖ୍ୟ ଅଭିଯୁକ୍ତ ରବିନ୍ଦ୍ରକୁ ଗିରଫ କରିଛି ପୁଲିସ୍ । ସୂଚନା ଅନୁସାରେ ରବିନ୍ଦ୍ର ପାୟ ୧୦୦୦ ପେଟ୍ରୋଲ୍ ପମ୍ପ୍ ମାଲିକଙ୍କୁ ଏହି ଚିପ୍ ବିକ୍ରି କରିଛି ।