ଉତରପ୍ରଦେଶ ରାଜନୀତିରେ ହଟଚମଟ : ଦଳରୁ ବହିଷ୍କୃତ ହେବା ପରେ ବିଧାୟକ ବୈଠକ ଡକାଇଲେ ଅଖିଳେଶ

19

କନକ ବ୍ୟୁରୋ : ଉତରପ୍ରଦେଶ ରାଜନୈତିକ ପରିସ୍ଥିତି ନେଇ ଆଶା ଓ ଆଶଙ୍କା ଲାଗି ରହିଛି । ପୁଅ ଅଖିଳେଶଙ୍କୁ ଦଳରୁ ବହିଷ୍କାର ପରେ ଗୁରୁତ୍ୱପୂର୍ଣ ବୈଠକ ଡକାଇଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବ । ଦଳର ପ୍ରମୁଖ ନେତା ଆଜମ୍ ଖାନ୍ ମୁଲାୟମଙ୍କୁ ସାକ୍ଷାତ କରିଛନ୍ତି ।

କିଛି ସମୟ ପରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ସେପଟେ ନିଜ ବାପାଙ୍କ ଦ୍ୱାରା ଦଳରୁ ବହିଷ୍କୃତ ନେତା ମୁଖ୍ୟମନ୍ତ୍ରୀ ତଥା ଅଖିଳେଶ ଯାଦବ ମଧ୍ୟ ଗୁରୁତ୍ୱପୂର୍ଣ ବୈଠକ ଡକାଇଛନ୍ତି । ଅଖିଳେଶଙ୍କ ବାସଭବନରେ ଚାଲିଛି ଏହି ବୈଠକ ।

ଶହେରୁ ଅଧିକ ବିଧାୟକ ବୈଠକରେ ଯୋଗ ଦେଇ ଅଖିଳେଶଙ୍କ ସମର୍ଥନରେ ଦସ୍ତଖତ କରିଛନ୍ତି । ଆହୁରି ଅଧିକ ବିଧାୟକ ଏହି ବୈଠକରେ ପହଂଚୁଥିବା ସୂଚନା ମିଳିଛି । ବୈଠକକୁ ମୋବାଇଲ ଫୋନ୍ ନେବା ମନା ହୋଇଛି । ଅଖିଳେଶଙ୍କ ଦାଦା ତଥା ସମର୍ଥକ ପ୍ରଫେସର ରାମଗୋପାଳ ଯାଦବ ମଧ୍ୟ ଅଖିଳେଶଙ୍କ ଘରେ ଚାଲିଥିବା ଏହି ବୈଠକରେ ଉପସ୍ଥିତ ଅଛନ୍ତି ।