ୟୁପି ସଡ଼କରେ ଗଡ଼ିବ ଚାଳକବିହୀନ କାର୍ ! ଟ୍ରାଫିକ ସମସ୍ୟାରୁ ମିଳିବ ମୁକ୍ତି, ଗମନାଗମନ ହେବ ସରଳ

44

ଯୋଗୀ ସରକାର ଶାସନକୁ ଆସିବା ପରେ ରାଜ୍ୟର ଉନ୍ନତି ଓ ଲୋକଙ୍କ ହିତ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଶାସନକୁ ଆସିବା ପରେ ପରେ ଆକ୍ସନ୍ ମୁଡ଼ରେ ଥିଲେ ଯୋଗୀ । ସେ ଶାସନକୁ ଆସିବା ପରେ ରାଜ୍ୟରେ କୃଷିଋଣ ଛାଡ଼, ଆଇନ ବ୍ୟବସ୍ଥା କଡ଼ାକଡ଼ି ଓ ଆଣ୍ଟି ରୋମିଓ ଅଭିଯାନ ଆଦି ଆରମ୍ଭ କରିଥିଲେ । ଗୋହତ୍ୟା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ ଯୋଗୀ ସରକାର । ଏହା ବ୍ୟତୀତ ଉତ୍ତରପ୍ରଦେଶ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ୭୦ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ବତ୍ତର୍ମାନ ଉତ୍ତରପ୍ରଦେଶକୁ ଆଉ ଅଧିକ ଆଧୁନିକ କରିବା ପାଇଁ ଚେଷ୍ଟା କରୁଛନ୍ତି । ସରକାର ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଦିଗରେ ସବୁବେଳ ଚେଷ୍ଟାରତ । ତେବେ ୟୁପିରେ ଚାଳକବିହୀନ କାର ଚଳାଚଳ କରିବା ପାଇଁ ଯୋଜନା କରୁଛନ୍ତି ସରକାର । ଉତ୍ତରପ୍ରଦେଶରେ ଯୋଗୀ ସରକାର ସବୁଠାରୁ ଆଧୁନିକ ଗମନାଗମନ ପ୍ରଣାଳୀ ଅନୁସାରେ ଚାଳକ ବିହୀନ କାର ଚଳାଇବା ପାଇଁ ଯୋଜନା କରୁଛନ୍ତି ।

 

 

 

 

 

 

 

 

 

 

 

 

 

ଯଦି ଯୋଜନାକୁ ମଞ୍ଜୁରୀ ମିଳିଯାଏ, ତେବେ ୟୁପି ସହରରେ ଲୋକେ ଚାଳକ ବିହୀନ ଗାଡ଼ିରେ ମଜା ଉଠାଇବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାମ୍ନାରେ ସିଙ୍ଗାପୁରର ଏକ କମ୍ପାନୀ ଏକ ପ୍ରେଜେନଟେସନ ଉପସ୍ଥାପନ କରିଥିଲା । ଯୋଗୀଙ୍କ ମନକୁ ମଧ୍ୟ ଏହି ପ୍ରେଜେନଟେସନ ବେଶ ମନକୁ ପାଇଛି । ତେବେ ଏହି ସୁବିଧା ଆରମ୍ଭ ହୋଇଗଲେ ଗ୍ରାହକ କେବଳ ଏକ ବଟନ ଦବାଇଲେ ପାଖରେ ପହଞ୍ଚିଯିବ ଚାଳକବିହୀନ କାର୍ । ଏହା ବିଶ୍ୱର ସବୁଠାରୁ ଆଧୁନିକ ଗମନାଗମନ ବ୍ୟବସ୍ଥା 

ପ୍ରେଜେନଟେସନକୁ ଦେଖିବା ପରେ ଏନେଇ ଆଲୋଚନା କରିବା ପାଇଁ କହିଛନ୍ତି । ଯୋଗୀ କହିଛନ୍ତି ସରକାର ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗମନାଗମନ ସୁବିଧା ପାଇଁ ଏହି ଆଧୁନିକ ବ୍ୟବସ୍ଥା ଉପଲବ୍ଧ କରାଇବା ପାଇଁ ସରକାର ଚେଷ୍ଟା କରୁୁଛନ୍ତି । ସରକାର ଚାହାନ୍ତି ମେଟ୍ରୋ ବ୍ୟତୀତ ଏପରି ବିକଳ୍ପ ବିଷୟରେ ଚିନ୍ତା କରବା ଉଚିତ୍ । ତେବେ ୟୁପି ରାସ୍ତାରେ ଚାଳକ ବିହୀନ କାର ଦୌଡ଼ିବା ପୂର୍ବରୁ ସହରର କେଉଁ କେହଁ ଦିଗ ପ୍ରତି ଧ୍ୟାନ ରଖାଯିବ ଓ କ’ଣ କ’ଣ ବିକଶିତ ହେବ ସେ ନେଇ ଅଧ୍ୟୟନ କରାଯିବ । ତା’ପରେ ୟୁପିରେ ଚାଲିବ ଚାଳକବିହୀନ କାର୍ ।