ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ୟୁପି ବାଗପତର ବିନୌଲିରେ ଖସି ପଡିଲା ଟୁ ସିଟର ପ୍ଲେନ ଏମଏଲ-୧୩୦, ଅଳ୍ପକେ ବର୍ତିଲେ ଦୁଇ ପାଇଲଟ

28

କନକ ବ୍ୟୁରୋ : ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ଉତରପ୍ରଦେଶର ବାଗପତ ଜିଲ୍ଲାର ବିନୌଲିରେ ବାୟୁସେନାର ବିମାନ ଖସି ପଡିଛି । ଗାଜିଆବାଦର ହିଣ୍ଡନ ଏୟାରବେସରୁ ଉଡାଣ କରିଥିବା ବାୟୁସେନାର ଦୁଇ ଆସନ ବିଶିଷ୍ଟ ପ୍ଲେନ ଏମଏଲ ୧୩୦ ବିନୌଲିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନରେ ବସିଥିବା ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁସେନା । ଆଜି ସକାଳ ୧୦ଟାରେ ବିମାନ ଖସିପଡିବା ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଥିଲେ । ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଂଚି ବିମାନରେ ଲାଗିଥିବା ନିଆଁକୁ ଆୟତ କରିଛନ୍ତି ।

ଏୟାର ଫୋର୍ସ ଡେ ପାଇଁ ପ୍ରସ୍ତୁତି ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ଚଳିତ ବର୍ଷ ୫ ରୁ ଅଧିକ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଲା କି କାହିଁକି ବାରମ୍ବାର ବାୟୁସେନାର ବିମାନ ଏପରି ଭାବରେ ଉଙ୍ଗାଣ ଭରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଛି ତାହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ସକାଳେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ କେତେକ ବାୟୁସେନାର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଥିବା ଜଣାପଡିଛି । ଏହାସହ ଘଟଣା ସମ୍ପର୍କରେ ପାଇଲଟଙ୍କଠାରୁ ଅଧିକାରୀମାନେ ପଚାରି ବୁଝିଥିବା ଜଣାପଡିଛି ।