ବର ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇନେଲା ପ୍ରେମିକା ! ଜାଣନ୍ତୁ କିଏ ଏହି ରିଭଲଭର୍ ରାଣୀ

54

ଲାଇଟ୍ , ଆକ୍ସନ୍ , କ୍ୟାମେରା । ବାସ୍ ଏତିକି  ରହିଯାଇଥିଲା । କାରଣ ବାକି ଯାହା ଘଟିଗଲା ତାହା କୌଣସି ସିନେମା ସୁଟିଂ ଠାରୁ କମ୍ ନଥିଲା । ଘଟଣାଟି ହେଉଛି ଉତ୍ତରପ୍ରଦେଶ ହମିରପୁରର । ଯେଉଁଠି ବର ମୁଣ୍ଡରେ ବନ୍ଧୁକ ଲଗାଇ ବିବାହ ମଣ୍ଡପରୁ ଉଠାଇନେଇଛି ପ୍ରେମିକା  ।

ମିଳିଥିବା ସୂଚନା ଅନୁଯାୟୀ, ବିବାହ କରୁଥିବା ଯୁବକ ଅଶୋକ ଯାଦବଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ମାତ୍ର ଏ କଥାକୁ ଲୁଚାଇ ଅଶୋକ ଅନ୍ୟତ୍ର ବିବାହ କରିବାକୁ ବରଯାତ୍ରୀ ସହିତ କନ୍ୟା ଘରେ ପହଞ୍ଚିଥିଲେ । ତେବେ ଏହି ବିବାହ ସମ୍ପର୍କରେ ଖବର ପାଇଥିଲେ ଅଶୋକଙ୍କ ପ୍ରେମିକା । ବାସ୍‌, ସାଙ୍ଗରେ କିଛି ବନ୍ଧୁୁ ଓ ହାତରେ ବନ୍ଧୁକ ଧରି ପହଞ୍ଚିଥିଲେ ବିବାହ ମଣ୍ଡପରେ । ଆଉ କେହି କିଛି ବୁଝିବା ପୂର୍ବରୁ ଅଶୋକଙ୍କ କାନମୁଣ୍ଡାରେ ବନ୍ଧୁକ ଳଗାଇ ଗାଡ଼ିରେ ଅପହରଣ କରି ଫେରାର ହୋଇ ଯାଇଥିଲେ ପ୍ରେମିକା ।

ଏ ନେଇ ପୁଲିସରେ ଖବର ଦିଆଯିବା ପରେ ପୁଲିସ ଅଶୋକର ସାନଭାଇ ଜିତେନ୍ଦ୍ରକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ସେହିପରି ଅଶୋକର ବାପା ରାମ ଯାଦବ କହିଛନ୍ତି ଯେ ତାଙ୍କ ପୁଅର ଅନ୍ୟ କୌଣସି ଝିଅ ସହିତ ସମ୍ପର୍କ ଥିବା ସମ୍ପର୍କରେ ସେ ଜାଣି ନ ଥିଲେ । ଏ ନେଇ ହମିରପୁର ଏସଏସପି ବ୍ରଜେଶ ମିଶ୍ର କହିଛନ୍ତି ଯେ ଅଶୋକଙ୍କୁ ଖୋଜିବା ପାଇଁ ତଲାସି ଜୋରଦାର ଚାଲିଛି । ମାତ୍ର ଅଶୋକଙ୍କର କୌଣସି ପତ୍ତା ମିଳି ନାହିଁ।