ନାଚରେ ମସଗୁଲ ଥିଲେ ବରଯାତ୍ରୀ ! ଅଚାନକ୍ ଭାଙ୍ଗିଲା ଡ୍ରେନ୍, ନାଳପାଣିରେ ଭାସିଗଲେ ବର

424

ବର୍ତ୍ତମାନ ଚାଲିଛି ବିବାହ ଋତୁ । ବେଶ ଧୁମଧାମରେ ଲୋକେ ବିବାହ କରାଉଛନ୍ତି । ଚାରିଆଡ଼େ ବାଜା, ବାଇଦ, ରୋଷଣୀ । ପାଣି ପରି ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଉ ନାହାନ୍ତି ଲୋକେ । ଅତିଥିଚର୍ଚ୍ଚାରେ କୌଣସି କମି ରହୁ ବୋଲି ଚାହୁଁନାହାନ୍ତି । ହେଲେ ଆପଣ ଶୁଣିଥିଲେ ବାହାଘର ସମୟରେ ଏପରି କିଛି ଅଘଟଣ ଘଟେ, ଯାହା ସବୁଦିନ ପାଇଁ ମନେରହିଯାଏ । ଉତ୍ତରପ୍ରଦେଶରେ ଘଟିଛି ଏପରି କିଛି ଘଟଣା ।

ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରୀରେ ବିବାହ ଉତ୍ସବ ଚାଲିଥିଲା । ସମସ୍ତେ ବେଶ ଖୁସିରେ ଥିଲେ । ଆଉ ସେହି ସମୟରେ ଘଟିଲା ଅଘଟଣ । ଗତ ଶନିବାର ନୋଏଡ଼ା ସେକ୍ଟର -୫୨ରେ ହୋସିଆରପୁର ଗାଁରେ ବର ସମେତ ୧୫ ଜଣ ବରଯାତ୍ରୀ ନାଚରେ ମସଗୁଲ ଥିଲେ । ଆଉ କନ୍ୟା ଘର ବୁକ୍ କରିଥିବା ହଲ ପାଖରେ ଥିବା ଏକ ଡ୍ରେନ୍ ଉପରେ ଖୁବ ଜୋରରେ ନାଚିଲେ ବରଯାତ୍ରୀ । ବରଯାତ୍ରୀ ଓ ବର ଏତେ ଜୋରରେ ନାଚୁଥିଲେ, ଯେ ପୋଲ ଭାର ସମ୍ଭାଳି ପାରିନଥିଲା ଏବଂ ଅଚାନକ ଭାଙ୍ଗି ପଡ଼ିଲା । ବର ସମେତ ୧୫ ବରଯାତ୍ରୀ ନାଳରେ ଗଳିପଡ଼ିଥଲେ । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ଶିଶୁ ଆହତ ହୋଇଛନ୍ତି ।

source : khabar india tv

ସୂଚନା ଅନୁସାରେ ୩୫ ବର୍ଷିୟ ଅମିତ ଯାଦବ(ବର) ଗାଜିଆବାଦର ଇନ୍ଦିରାନଗରର ବାସିନ୍ଦା । ସେ ଜଣେ ବ୍ୟବସାୟୀ । ଦିଲ୍ଲୀର କୋଣ୍ଡଲୀ ନିବାସୀ ୩୨ ବର୍ଷୀୟ ସୋନମଙ୍କ ସହ ୯ ଫେୃବୟାରେ ଦିନ ତାଙ୍କର ବିବାହ ହେବାର ଥିଲା । ଅମିତ ବରଯାତ୍ରୀ ନେଇ ରାତି ସାଢ଼େ ୯ଟାରେ ବାହାରିଥିଲେ । ଆଉ କନ୍ୟାପକ୍ଷ ପାଖରେ ପହଞ୍ଚିଲା ବେଳକୁ, ସେମାନେ ଏକ ନାଳ ଉପରେ ନାଚୁଥିଲେ ।

ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ନାଳର ବିପରୀତ ପଟେ କନ୍ୟା ପରିବାରର ଲୋକେ ବରର ସ୍ୱାଗତ ପାଇଁ ଅପେକ୍ଷା କରିଥିଲେ । ଆଉ ଠିକ ସେତିକିବେଳେ ଭାଙ୍ଗିପଡ଼ିଲା ଡ୍ରେନ୍ । ତେବେ ବରପକ୍ଷ ଅନୁସାରେ ନାଳରେ ପଡ଼ିଯିବାରୁ ସେମାନଙ୍କ ମୋବାଇଲ ଫୋନ୍ ଓ ସୁନାଗହଣା ହଜିଯାଇଛି । ତେବେ ବିବାହ ପାଇଁ କନ୍ୟାପକ୍ଷ ଲୋକ ଯେଉଁ ହଲ ବୁକ କରିଥିଲେ, ତାହାର ମାଲିକ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ୧୫ ବର୍ଷ ହେଲାଣି ଏହି କାମ କରୁଛନ୍ତି, ଏପରି କିଛି ହେବା ଏହା ପ୍ରଥମ ବୋଲି ପ୍ରକାଶ କରିଛନ୍ତି । ତେବେ କନ୍ୟାପକ୍ଷ ଦେଇଥିବା ସମସ୍ତ ଟଙ୍କା ସେହି ହଲର ମାଲିକ ଫେରାଇ ଦେଇଛନ୍ତି ବୋଲି ସୂଚନା ମିଳିଛି ।