ଋଣଛାଡ଼ ନାମରେ କୃଷକଙ୍କ ସହ ମଜାକ୍ ! ୧୦-୨୦ଟଙ୍କା ଛାଡ଼ କଲେ ଯୋଗୀ ସରକାର

21

ଋଣଛାଡ଼ ନାମରେ କୃଷକଙ୍କ ସହ ହେଲା ମଜାକ୍ । କୃଷକମାନେ ଆଶା କରୁଥିଲେ ଋଣଛାଡ଼ ହେବା ଦ୍ୱାରା ସେମାନଙ୍କ ମୁଣ୍ଡରୁ କିଛିକାଂଶରେ ବୋଝ ଓହ୍ଲାଇଯିବ । କିନ୍ତୁ କୃଷକଙ୍କ ସବୁ ଆଶା ଆଶାରେ ହିଁ ରହିଗଲା । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାସନଭାର ସମ୍ଭାଳିବା ପରେ ଲୋକଙ୍କ ହିତ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିଲେ । ଶାସନକୁ ଆସୁ ଆସୁ ଯୋଗୀ ଆଦିତ୍ୟନାଥ ବିଲକୁଲ ଆକ୍ସନ ମୁଡ଼ରେ ଥିଲେ । ଗୋଟିଏ ପଟେ ଲୋକଙ୍କ ହିତ ପାଇଁ ଯୋଗୀ ସରକାର ଋଣ ଛାଡ଼ ପାଇଁ ନିଜକୁ ସାବାସୀ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ଅନେକ କୃଷକଙ୍କୁ ଯେଉଁ ଋଣ ଛାଡ଼ର ପ୍ରମାଣପତ୍ର ବଣ୍ଟାଯାଉଛି, ତାହା କୌଣସି ମଜାକ ଠାରୁ କମ୍ ନୁହେଁ । ସୂଚନା ଅନୁସାରେ ଅନେକ କୃଷକଙ୍କୁ ୧୦, ୨୦, ୫୦, ୧୦୦, ୨୦୦ ଟଙ୍କା ଋଣଛାଡ଼ର ପ୍ରମାଣପତ୍ର ଦିଆଯାଇଛି ।

yogiଉଲ୍ଲେଖଯୋଗ୍ୟ କୃଷକ ରାମସେବକ, ଯାହା ଉପରେ ଏକ ଲକ୍ଷ ଟଙ୍କାର ଋଣଭାର ଥିଲା । ତାଙ୍କୁ ମିଳିଛି ମାତ୍ର ୧୦ ରୁ ୩୭ ଟଙ୍କାର ଋଣଛାଡ଼ ପ୍ରମାଣପତ୍ର । ସେହିପରି ଆଉ ଜଣେ କୃଷକ ଜିଲେଦାର ସିଂ ବ୍ୟାଙ୍କରୁ ଏକଲକ୍ଷ ଟଙ୍କା ଋଣ ନେଇଥିଲେ । ତେବେ ତାଙ୍କୁ ମଧ୍ୟ ମିଳିଥିଲା ଋଣଛାଡ଼ ପ୍ରମାଣପତ୍ର । କିନ୍ତୁ ମାତ୍ର ୩ ଟଙ୍କାର ଋଣଛାଡ଼ ହୋଇଥିଲା । ଏମିତି ଅନେକ କୃଷକ ଅଛନ୍ତି ଯାହାକୁ ଋଣଛାଡ଼ ନାମରେ କେବଳ ଧୋକା ମିଳିଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ଋଣଛାଡ଼ ନାମରେ କୃଷକଙ୍କୁ ବୋକା ବନେଇଛନ୍ତି ସରକାର । ଋଣଛାଡ଼ ନାମରେ କୃଷକଙ୍କୁ ୧୦,୨୦ ,୫୦, ୧୦୦,୨୦୦ ଟଙ୍କାର ପ୍ରମାଣପତ୍ର ଧରାଇ ଦିଆଯାଇଛି । ତେବେ ଏପରିସ୍ଥଳେ ଯୋଗୀ ସରକାରଙ୍କ ଏହି ଋଣଛାଡ଼ର ମଜାକକୁ କିପରି ଗ୍ରହଣ କରିବ କୃଷକମାନେ ଚିନ୍ତା କରିପାରୁନାହାନ୍ତି ।

ତେବେ ଏପରି ଘଟଣା କେବଳ ଜଣେ ଦୁଇ ଜଣ କୃଷକଙ୍କ ସହ ହୋଇନି । ଏପରି ମାମଲା ପ୍ରାୟ ଦେଖିବା ପାଇଁModi-and-Yogi- ମିଳୁଛି । ଯୋଗୀ ସରକାରଙ୍କ ଋଣଛାଡ଼ ପ୍ରମାଣପତ୍ର ଦେଖି କୃଷକଙ୍କ ହୋସ ଉଡ଼ିଯାଇଛି । ତେବ ଯୋଗୀ ସରକାରଙ୍କ ଜଣେ ମନ୍ତ୍ରୀ କହୁଛନ୍ତି କୌଣସି ଯାନ୍ତ୍ରିକ ତ୍ରୁଟିବଶତଃ ଏପରି ହୋଇଛି । ଅନ୍ୟପଟେ ଆଉଜଣେ ମନ୍ତ୍ରୀ କହୁଛନ୍ତି ସବୁ କିଛି ଠିକ ଅଛି । ଯେତେ ଜଣଙ୍କୁ ପ୍ରମାଣପତ୍ର ମିଳିଛି ତାହା କୃଷକଙ୍କ ଋଣଛାଡ଼ ସମୟରେ ରହିଯାଇଥିଲା । ତେବେ ଜିଲ୍ଲା ଅଧକାରୀ ଏହି ମାମଲାର ଯାଂଚ କରିବାପାଇଁ ପ୍ରସ୍ତାବ ଦେଇଛନ୍ତି ।

ଏପରିସ୍ଥଳେ, ପ୍ରଶ୍ନ  ଉଠୁଛି କିଏ ଠିକ କହୁଛି, ଆଉ କିଏ ଭୁଲ କହୁଛି । କାରଣ କୃଷକମାନେ ଋଣଛାଡ଼କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା କରିଥିଲେ । ଋଣଛାଡ଼ ପ୍ରମାଣପତ୍ର ମିଳିବା ଦେଖି କୃଷକ ମାନେ ଭାବିଥିଲେ ଏବେ କିଛି ଆଶ୍ୱସ୍ତି ମିଳିବ । କିନ୍ତୁ ଶେଷରେ କ’ଣ ହେଲା ? ସେ ଯାହାହେଉ ରାଜ୍ୟ ସରକାର କିନ୍ତୁ ଏବେ ଖୁସି ମନଉଛନ୍ତି । କାରଣ ସେମାନ ତାଙ୍କର ପ୍ରତିଶ୍ରୁତି ପୂରଣ କରିଛନ୍ତି । ସବୁଠାରୁ ବିଡ଼ମ୍ବନାର ବଷୟ ହେଲା ଋଣଛାଡ଼ ପ୍ରମାଣପତ୍ର ବଂଟା ଯାଇଛି ବୋଲି ଉତ୍ସବ ମଧ୍ୟ ପାଳନ ହେଉଛି । ଏପଟେ କୃଷକଙ୍କ ଦୁଃଖ ଦେଖିବାପାଇଁ କାହା ପାଖରେ ସମୟ ନାହିଁ ।