ଆଜି ଉତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ! ଆଜମଗଡରେ ସପା ଓ ଗୋରଖପୁରରେ ଭାଜପାର ଭାଗ୍ୟ ପରୀକ୍ଷା

19

କନକ ବ୍ୟୁରୋ : ଆଜି ୟୁପି ପୂର୍ବାଂଚଳର ୭ଟି ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ୭ ଜିଲ୍ଲାର ୪୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ମୋଟ ୧କୋଟି ୭୨ଲକ୍ଷ ମତଦାତା ୧୭ ହଜାର ୯୨୬ ମତଦାନ କେନ୍ଦ୍ରରେ ଭୋଟ ଦେଇ ୬୩୫ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ଷଷ୍ଠ ପର୍ଯ୍ୟାୟ ମତଦାନରେ ବହୁ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ ।

ଷଷ୍ଠ ପର୍ଯ୍ୟାୟରେ ମୁଲାୟମଙ୍କ ଲୋକସଭା ନିର୍ବାଚନମଣ୍ଡଳି ଆଜମଗଡ, ବିଜେପିର ହିନ୍ଦୁତ୍ୱବାଦୀ ନେତା ତଥା ସାଂସଦ ଯୋଗୀ ଆଦିତ୍ୟନାଥଙ୍କ ଅଂଚଳ ଗୋରଖପୁରରେ ଭୋଟ ଗ୍ରହଣ ହେବ । ସେହିପରି ମାଫିଆ ରାଜନେତା ମୁକ୍ତାର ଅନସାରୀଙ୍କ ଗଡ ମଉ ତଥା କେନ୍ଦ୍ରମନ୍ତ୍ରୀ କଳରାଜ ମିଶ୍ରଙ୍କ ନିର୍ବାଚନ ମଣ୍ଡଳି ଦେବରିଆରେ ଭୋଟିଂ ହେବ ।