ଯୋଗୀଙ୍କ ପ୍ରଥମ ‘ଅଗ୍ନିପରୀକ୍ଷା’ ! ୟୁପି ନଗର ନିଗମ ଓ ପଂଚାୟତ ନିର୍ବାଚନର ଆଜି ଆସିବ ରେଜଲ୍ଟ

32

କନକ ବ୍ୟୁରୋ: ଆଜି ବାହାରିବ ଯୋଗୀଙ୍କ ପ୍ରଥମ ପରୀକ୍ଷା ଫଳ । ଆଜି ଆସିବ ଉତ୍ତରପ୍ରଦେଶ ନଗରନିଗମ ଓ ପଂଚାୟତ ନିର୍ବାଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଗଣନା । ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସାମନା କରିଛନ୍ତି ପଂଚାୟତ ନିର୍ବାଚନର । ତେଣୁ ଯୋଗୀ ସରକାରକୁ ଲୋକେ କିପରି ଗ୍ରହଣ କରିଛନ୍ତି ତାର ଫଳ ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରିବ । ଏହି ଫଳାଫଳ କେବଳ ଉତ୍ତରପ୍ରଦେଶ ନୁହେଁ ଜାତୀୟ ରାଜନୀତି ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଉତ୍ତରପ୍ରଦେଶର ନିର୍ବାଚନୀ ଫଳାଫଳ, ନିକଟରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ସମ୍ଭାବନା ରହିଛି । ଏହା ସହ ଜିଏସଟି ଲାଗୁ ହେବା ପରେ ମଧ୍ୟ ଏହା ପ୍ରଥମ ନିର୍ବାଚନ । ତେଣୁ ଜିଏସଟି ଉପରେ ଜନତାଙ୍କ ନିଷ୍ପତି କଣ, ତାହା ମଧ୍ୟ ପ୍ରମାଣିତ କରିବ ଏହି ନିର୍ବାଚନର ଫଳାଫଳ ।

ଏବେ ନଜର ପକାନ୍ତୁ ଉତ୍ତରପ୍ରଦେଶର କେତେ ନଗରନିଗମ ଓ କେତୋଟି ପଂଚାୟତରେ ହୋଇଥିଲା ନିର୍ବାଚନ ।

• ଉତ୍ତରପ୍ରଦେଶର ୧୬ଟି ସହରର ନିର୍ବାଚନୀ ଫଳାଫଳ ଆଜି

• ୭୫ ଜିଲ୍ଲାର ୩୩୪ କେନ୍ଦ୍ରରେ ହେଉଛି ମତଗଣନା

• ୭୯,୧୧୩ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

• ୧୬ ନଗରନିଗମ, ୧୯୮ ନଗରପାଳିକା ଓ ୪୩୮ ନଗର ପଂଚାୟତରେ ହୋଇଥିଲା ନିର୍ବାଚନ

• ୩ ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ

• ପ୍ରଥମ ଥର ନଗରନିଗମ ଘୋଷିତ ହୋଇଥିବା ମଥୁରା ଓ ଅଯୋଧ୍ୟାରେ ହୋଇଥିଲା ନିର୍ବାଚନ

• ଉତ୍ତରପ୍ରଦେଶ ନିର୍ବାଚନରେ ହୋଇଛି ୫୨.୫ ପ୍ରତିଶତ ମତଦାନ

• ମଥୁରା ଓ ଅଯୋଧ୍ୟା ନଗରନିଗମ ବିଜେପି ପାଇଁ ସମ୍ମାନର ପ୍ରଶ୍ନ