ବସପା ନେତାଙ୍କ ବିବାଦୀୟ ବୟାନ ! କହିଲେ ବିଜେପୀ ବାଲାଙ୍କୁ ଗୋଡାଇ ଗୋଡାଇ ପିଟିବୁ , ମରିଥିବା ଜେଜେମା’ ମନେ ପକାଇଦେବୁ ।

128

ଉତ୍ତର ପ୍ରଦେଶ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀଙ୍କ ଜନ୍ମଦିନରେ ହୋଇଥିବା କାର୍ଯ୍ୟକ୍ରମ ସମୟରେ ପୂର୍ବ ବସପା ବିଧାୟକ ବିଜୟ ଯାଦବଙ୍କ ବିବାଦୀୟ ବୟାନ ଏବେ ସାମ୍ନାକୁ ଆସିଛି । ସେ ବିଜେପିକୁ ସବୁଠାରୁ ବଡ ଭ୍ରଷ୍ଟ ପାର୍ଟି କହିବା ସଙ୍ଗେ ସଙ୍ଗେ କହିଥିଲେ ଯେ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଆମେ ବିଜେପି ଲୋକଙ୍କୁ ଗୋଡାଇ ଗୋଡାଇ ପିଟିବୁ , ଡରିବାର କୌଣସି ଆବଶ୍ୟକତା ନାହିଁ । ସେ କହିଥିଲେ କି ସପା ଏବଂ ବସପାର କାର୍ଯ୍ୟକର୍ତ୍ତା ବିଜେପିବାଲାଙ୍କୁ ମଜା ଚକ୍ଷାଇବେ ।

ମୁରାଦାବାଦରେ ମଙ୍ଗଳବାର ହୋଇଥିବା ସପା ଏବଂ ବସପାର ଏକ କାର୍ଯ୍ୟକ୍ରମରେ ମାୟାବତୀ ଏବଂ ସପା ସାଂସଦ ଡିମ୍ପଲ ଯାଦବଙ୍କ ଜନ୍ମଦିନ ପାଳନ କରାଯାଉଥିଲା । ଏଠାରେ ସମ୍ବୋଧିତ କରୁଥିବା ବସପା ପୂର୍ବ ବିଧାୟକ ବିଜୟ ଯାଦବ ଗୋଟିଏ ବିବାଦୀୟ ବୟାନ ଦେଇଥିଲେ । ସଭାରେ ସେ କହିଥିଲେ ଏହି ବିଜେପିବାଲାଙ୍କୁ ତ ଆମେ ଗୋଡାଇ ଗୋଡାଇ ପିଟିବୁ , ଡରିବାର କୌଣସି ଆବଶ୍ୟକତା ନାହିଁ । ଆଜି ତାଙ୍କୁ ତାଙ୍କ ମରିଥିବା ଜେଜେମା ମନେ ପଡିଯାଇଥିବ । ଆଜି ସପା ଏବଂ ବାସପା ଏକ ହୋଇଗଲା । ପୂର୍ବ ବିଧାୟକ କହିଥିଲେ ଯେ ଦେଶର ସବୁଠାରୁ ବଡ ଭ୍ରଷ୍ଟ ପାର୍ଟି ହେଉଛି ବିଜେପି । କଂଗ୍ରେସ ଚାରୋଟି ଗାନ୍ଧି ଦେଇଛି । ରାଜୀବ ଗାନ୍ଧି,ଇନ୍ଦିରା ଗାନ୍ଧି,ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ଏବଂ ବିଜେପି ଦେଶକୁ ମୋଦି ଦେଇଛି । ନିରବ ମୋଦି,ଲଳିତ୍ ମୋଦି ଏବଂ ନରେନ୍ଦ୍ର ମୋଦି । ବିଜେପି ଯାହା କିଛି କରୁଛି ତାହା ଗରୀବଙ୍କ ହିତ ପାଇଁ ନୁହେଁ ବରଂ ଉଦ୍ୟୋଗପତିଙ୍କ ହିତ ପାଇଁ କରୁଛି । ସେ କହିଲେ ସପା-ବସପା ଏକତ୍ର ହେବା ଦେଖି ବିଜେପି ଚେତାଶୂନ୍ୟ ହୋଇଯାଇଥିବ ।