ୟୁପି ବିଧାନସଭାରୁ ପୁଣି ସନ୍ଦିଗ୍ଧ ପାଉଡର ମିଳିବା ପରେ ତନାଘନା ! ସମାଜବାଦୀ ପାର୍ଟି ବିଧାୟକ ମନୋଜ ପାଣ୍ଡେଙ୍କୁ ପଚରାଉଚରା କଲା ଏଟିଏସ୍

24

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭାରୁ ବିସ୍ଫୋରକ ମିଳିବା ଘଟଣାରେ ସମାଜବାଦୀ ପାର୍ଟିର ବିଧାୟକଙ୍କୁ ପଚରାଉଚରା କରିଛି ଏଟିଏସ୍ । ଶନିବାର ସମାଜବାଦୀ ପାର୍ଟିର ଜଣେ ବିଧାୟକ ମନୋଜ ପାଣ୍ଡେଙ୍କୁ ଏଟିଏସ୍ ପଚରାଉଚରା କରିଛି । ଆସନ୍ତାକାଲି ସମାଜବାଦୀ ପାର୍ଟିର ଆଉ ଜଣେ ବିଧାୟକ ଅନିଲ ଦୋହରେଙ୍କୁ ମଧ୍ୟ ପଚରା ଉଚରା କରିବ ଏଟିଏସ୍ ।

ଏହା ସହ ସିଟ୍ ନମ୍ବର ୮୦ ପାଖରେ ବସୁଥିବା ପ୍ରାୟ ଅଧା ଡଜðନ୍ ବିଧାୟକଙ୍କୁ ମଧ୍ୟ ଜେରା କରାଯିବ । ଏହି ମାମଲାରେ ଯେଉଁ ଅନ୍ୟ ବିଧାୟକମାନଙ୍କୁ ଜେରା କରାଯିବ ସେ ସଂପର୍କରେ ଏଯାବତ୍ କୌଣସି ସୂଚନା ଦେଇନାହିଁ ଏଟିଏସ୍ । ଘଟଣା ଦିନ ୟୁପି ବିଧାନସଭାରେ ମୁତୟନ ହୋଇଥିବା ୧୫ ଜଣ ଅଧିକାରୀ ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିସାରିଛି ଏଟିଏସ୍ ।

ଉତ୍ତରପ୍ରଦେଶ ବିଧାନସଭାର ଜଣେ ଆସିଷ୍ଟାଂଟ୍ ମାର୍ସଲ୍, ୪ ଜଣ ଇଂଜିନିୟର, ୨ ସୁରକ୍ଷାକର୍ମୀ, ବିଡିଏସ୍ ଏବଂ ଡଗ୍ ସ୍କ୍ୱାଡରେ ମୁତୟନ ଜଣେ ଏସି ଅପରେଟରଙ୍କ ସମେତ ୭ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚରାଉଚରା କରିସାରିଛି ଏଟିଏସ୍ । ଏନଆଇଏ ଓ ୟୁପି ଏଟିଏସ୍ ମିଳିତ ଭାବେ ତଦନ୍ତ କରୁଥିବା ବେଳେ ସିସିଟିଭି ଫୁଟେଜକୁ ବି ଯାଂଚ କରିଛନ୍ତି । ଗୁରୁବାର ୟୁପି ବିଧାନସଭା ଭିତରୁ ୧୫୦ଗ୍ରାମ ପିଇଟିଏନ ବିସ୍ଫୋରକ ଉଦ୍ଧାର ହୋଇଥିଲା ।