ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମାୟାବତୀଙ୍କୁ ଟିକେଟ୍ ! ବିଏସପି ସୁପ୍ରିମୋଙ୍କ ଘୋଷଣା

29

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମାୟାବତୀଙ୍କ ଟିକେଟ୍ ଘୋଷଣା । ସମସ୍ତ ୪୦୩ ଆସନରେ ଜାତି ଭିତିରେ ଟିକେଟ୍ ଘୋଷଣା କରିଛନ୍ତି ବିଏସପି ସୁପ୍ରିମୋ । ୮୭ଟି ଆସନରେ ଦଳିତ ଓ ୯୭ଟି ଆସନରେ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ସେହିପରି ଓବିସିକୁ ୧୦୬ ଏବଂ ସାଧାରଣ ବର୍ଗଙ୍କୁ ୧୧୩ ଆସନରେ ଟିକେଟ୍ ଦେଇଛି ବିଏସପି ।

ସାଧାରଣବର୍ଗର ୧୧୩ ପ୍ରାର୍ଥୀଙ୍କ ମଧ୍ୟରୁ ବ୍ରାହ୍ମଣଙ୍କୁ ୬୬, କାୟସ୍ଥଙ୍କୁ ୩୬ ଓ ବୈଶ୍ୟ ଏବଂ ପଂଜାବୀ ସମାଜର ୧୧ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି । ଜାତି ଭିତିରେ ଟିକେଟ୍ ବଂଟନ ସଂପର୍କରେ ମାୟାବତୀଙ୍କ କହିବା କଥା ହେଲା, ବିଏସପି ଆନ୍ଦୋଳନରେ କିଏ କେତେ ଯୋଗଦାନ ଦେଇଛି ତାହାକୁ ନେଇ ପ୍ରାର୍ଥୀ ଦିଆଯାଇଛି ।