ବନାରସର ବାଲି ମା’! ଯିଏ ୬୩ ବର୍ଷ ଧରି ବଂଚିଛନ୍ତି ବାଲି ଖାଇ

44

ବେଳେ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହା ଅବିଶ୍ୱସନୀୟ ଲାଗିଲେ ମଧ୍ୟ ସତ ହୋଇଥାଏ । ସେମିତି ଏକ ଆଶ୍ଚଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ । ଦୀର୍ଘ ୬୩ ବର୍ଷ ହେବ କେବଳ ବାଲି ଖାଇ ବଂଚିଛନ୍ତି ବନାରସର ୭୮ ବର୍ଷୀୟା କୁସୁମାବତୀ ନାମକ ଜଣେ ମହିଳା । ତେବେ ତାଙ୍କର ଏହି ଅଭ୍ୟାସ ଯେତିକି ଆଶ୍ଚଯ୍ୟକର ସେତିତି ରୋମାଂଚକର ଏହା ପଛର କାହାଣୀ ।

screenshot_2016-11-05-10-38-18-089କୁସୁମାବତୀଙ୍କ କହିବା ଅନୁଯାୟୀ, ତାଙ୍କୁ ୧୫ବର୍ଷ ହୋଇଥିବା ବେଳେ ସେ ଏକ ଅଜବ ରୋଗରେ ପୀଡିତ ହୋଇଥିଲେ । ଯେଉଁଥିରେ ତାଙ୍କ ପେଟ ଧୀରେ ଧୀରେ ଫୁଲିବାକୁ ଲାଗିଥିଲା । ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ଫେଲ୍ ମାରିଥିଲା ତାଙ୍କର ଏହି ରୋଗ ଆଗରେ । ତେବେ ଜଣେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଅଧ ଗ୍ଲାସ୍ କ୍ଷୀର ସହ ଅଧ ଚାମଚ୍ ବାଲି ମିଶାଇ ଖାଇବାରୁ ତାଙ୍କୁ ଆରାମ୍ ମିଳିଲା ।

ଧୀରେ ଧୀରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା । ତେବେ ଆଶ୍ଚଯ୍ୟଜନକ କଥା ହେଉଛି ଯେତେବେଳେ ସେ ଏହି ଅଭ୍ୟାସକୁ ଛାଡିବାକୁ ଚାହିଁଲେ ପୁଣି ତାଙ୍କ ପେଟ ଫୁଲିବାକୁ ଲାଗିଲା । ଆଉ ବାଲି ଖାଇବା ପରେ ଆରାମ ମିଳିଥିଲା । ଏବେ ପ୍ରତିଦିନ ପ୍ରାୟ ୧ କିଲୋ ବାଲି ଖାଉଛନ୍ତି କୁସୁମାବତୀ । ହେଲେ ଆଜି ଯାଏ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି  ।

ଏହା ସହ ଦେଖନ୍ତୁ ପାଣିରେ ଭିଜାଇ ପରୀକ୍ଷା ! ୨ହଜାର ଟଙ୍କିଆ ନୋଟ୍ ୱାଟର୍ ପ୍ରୁଫ୍ କି ନୁହେଁ