ଘନ କୁହୁଡି ହେଲା କାଳ : ଉତରପ୍ରଦେଶ ଏଟାରେ ଟ୍ରକ-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା

27

କନକ ବ୍ୟୁରୋ :  କୁହୁଡି ହେଲା କାଳ । ମୁହାଁମୁହିଁ ହେଲେ ଟ୍ରକ ଓ ସ୍କୁଲ ବସ୍ । ଉତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୫ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଟାରେ ସ୍କୁଲ ବସ୍ ଏକ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଲୋ-ଭିଜିବିଲଟି କାରଣରୁ ସାମ୍ନାରୁ ଆସୁଥିବା ଏକ ଟ୍ରକକୁ ଦେଖିପାରିନଥିଲେ ସ୍କୁଲ ବସ୍ ଡ୍ରାଇଭର ।

୨୫ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । ଅତ୍ୟଧିକ ଶୀତ ଯୋଗୁଁ ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶାସନଙ୍କ ଏପରି ନିର୍ଦ୍ଦେଶକୁ ବେଖାତିର କରି ଜେଏସ ପବ୍ଲିକ ସ୍କୁଲ ଖୋଲା ଥିଲା । ଏହା ସହିତ ଦେଖନ୍ତୁ ଏହି ଭିଡିଓ :