ଓସ୍କାର ଚିଟଫଣ୍ଡ୍ ପ୍ରମୋସନ୍ ବାବଦ ଟଙ୍କା ଫେରାଇବାକୁ ଘୋଷଣା କଲେ ଉତମ ମହାନ୍ତି

76

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମିଥୁନ୍ ଚକ୍ରବର୍ତୀଙ୍କ ରାସ୍ତାକୁ ଆପଣେଇବେ ଉତମ ମହାନ୍ତି । ଶାରଦା ଚିଟଫଣ୍ଡକୁ ନେଇ ପଶ୍ଚିମବଙ୍ଗରେ ଝଡ ଉଠିବା ପରେ ମିଥୁନ୍ କୋଟିଏରୁ ଅଧିକ ଟଙ୍କା ସରକାରଙ୍କୁ ଫେରାଇଥିଲେ । ଠିକ୍ ସେହିପରି ଓସ୍କାର ଚିଟଫଣ୍ଡ ସହ ଲିଙ୍କ ନେଇ ଅଭିଯୋଗ ଆସିବା ପରେ ଓଲିଉଡ ଷ୍ଟାର ଉତମ ମହାନ୍ତି ଟଙ୍କା ଫେରାଇବାକୁ ଘୋଷଣା କରିଛନ୍ତି । କନକ ନ୍ୟୁଜ୍ କ୍ୟାମେରା ଆଗରେ ଏହି ଘୋଷଣା କରିଛନ୍ତି ଉତମ୍ । ସେ କହିଛନ୍ତି, ଓସ୍କାରର ପ୍ରମୋସନ ବାବଦରେ ଯେଉଁ ଟଙ୍କା ପାଇଛି, ଦରକାର ପଡିଲେ ତାହା ଫେରାଇ ଦେବାକୁ ମୁଁ ପ୍ରସ୍ତୁତ। ଏଥିସହ ଓସ୍କାର ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ କ୍ରାଇମବ୍ରାଂଚ ଯେଉଁ ତଦନ୍ତ ଚଳାଇଛି, ସେଥିରେ ବି ସହଯୋଗ କରିବି ବୋଲି ସେ କହିଛନ୍ତି।