ଉତ୍ତର ରଖିଲେ ଉତ୍ତମ ମହାନ୍ତି ! କହିଲେ, ନିଜ ପସନ୍ଦର ଦଳ ବାଛିବା ବ୍ୟକ୍ତିଗତ ଚଏସ୍

45

କନକ ବ୍ୟୁରୋ : ଗତକାଲି ବିଜେଡିରେ ସାମିଲ ହେବା ପରେ ଆଜି ଆଜି କନକ ନ୍ୟୁଜରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବର୍ଷୀୟାନ୍ ଅଭିନେତା ଉତମ ମହାନ୍ତି । କହିଛନ୍ତି ନେତା ହେବା ପାଇଁ ଆସିନି, ସିପାହୀ ଭାବେ କାର୍ଯ୍ୟ କରିବି । କଲେଜ କ୍ୟାରିୟରରୁ ରାଜନୀତି ପ୍ରତି ଦୁର୍ବଳତା ରହିଛି ।

ମୟୁରଭଞ୍ଜ ଓଡିଶାର ସବୁଠାରୁ ବଡ ଜିଲ୍ଲା । ଏହି ଜିଲ୍ଲାର ଅବସ୍ଥା ସୁଧାରିବା ପାଇଁ କାର୍ଯ୍ୟ କରିବି । ତେବେ ଓସ୍କାର ଚିଟଫଣ୍ଡ ଲିଙ୍କ୍ ନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତମ । କହିଛନ୍ତି ଚିଟଫଣ୍ଡରେ ସମ୍ପୃକ୍ତି ଥିଲେ କେହି ରକ୍ଷା କରି ପାରିବେନି । ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ।