ୱେବସାଇଟ୍ ହ୍ୟାକିଂ ପରେ ଘୁଚିଂଲା ବାଣୀବିହାରର ନାମଲେଖା ପ୍ରକ୍ରିୟା : ଅନଲାଇନ୍ ବଦଳରେ ଅଫଲାଇନରେ ହେବ ଆଡମିସନ୍

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତ୍କଳ ୟୁନିଭରସିଟିର ଘୁଂଚିଲା ନାମଲେଖା ପ୍ରକ୍ରିୟା । ଏଥର ଅନଲାଇନ ବଦଳରେ ଅଫ ଲାଇନରେ ହେବ ଆଡମିସନ । ୱେବସାଇଟ୍ ହ୍ୟାକିଂ ପରେ ପିଜି କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ମେ ୧୪ରୁ ଜୁନ ୭ ଯାଏଁ ଆଡମିସନ ଘୁଂଚିଛି ।୧୯ ଜୁନରୁ ୨୮ ଜୁନ ମଧ୍ୟରେ ବିଭିନ୍ନ ବିଭାଗର ଏଂଟ୍ରାନ୍ସ ପରୀକ୍ଷା କରାଯିବ । ପିଜି କାଉନସିଲ ଚେୟାରମାନ ରଂଜନ ବଳ ଏନେଇ ସୂଚନା ଦେଇଛନ୍ତି । ଏହା ସହ  ୧୩ ହଜାର ୩୫୫ ଜଣ ଅନଲାଇନରେ ପଂଜୀକରଣ କରିଥିଲେ । ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଇମେଲ ମାଧ୍ୟମରେ ସୂଚନା ଦିଆଯିବ । ଉତ୍କଳ ୟୁନିଭରସିଟି ୱେବସାଇଟ ହ୍ୟାକିଂ ନେଇ ସାଇବର ସେଲରେ ଅଭିଯୋଗ ହୋଇଛି । ହ୍ୟାକିଂରେ କୌଣସି ଡାଟା ନଷ୍ଟ ହୋଇନଥିବା ସେ କହିଛନ୍ତି । ଗତ ମାସକ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ୱେବସାଇଟ ୨ ଥର ହ୍ୟାକ ହେଲାଣି । ପୂର୍ବଥର ହୋଇଥିବା ହ୍ୟାକିଂର ତଦନ୍ତ କ୍ରାଇମବ୍ରାଂଚ ଜାରି ରଖିଥିବା ବେଳେ ପୁଣି ଥରେ ୱେବସାଇଟ ହ୍ୟାକିଂ ହେବା ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି ।