ହ୍ୟାକରଙ୍କ ଟାର୍ଗେଟରେ ପୁଣି ଉକôଳ ୟୁନିଭରସିଟି

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉକôଳ ୟୁନିଭରସିଟିର ପିଛା ଛାଡୁନାହାନ୍ତି ହ୍ୟାକର । ସପ୍ତାହେ ପରେ ପୁଣି ଥରେ  ଉକôଳ ୟୁନିଭରସିଟି ଇ ନାମ ଲେଖା ୱେବସାଇଟ ହ୍ୟାକ ହୋଇଛି । ଦୁବାଇର ଅହମ୍ମଦ ଚନ୍ଦା ନାଁରେ ଥିବା ଆକାଉଂଟରେ ହୋମ ପେଜରେ ଇଂରାଜୀରେ କ୍ୟାପିଟାଲ ଲେଟରରେ ମଲିକ ଲେଖାଯାଇଛି । ଅନ୍ୟପଟେ କ୍ରାଇମବ୍ରାଂଚ ଡିଜି ଏନେଇ ସୂଚନା ଦେଇଛନ୍ତି । ଅଭିଯୋଗ ହେଲେ ବିଧିବଦ୍ଧ ଭାବେ କ୍ରାଇମବ୍ରାଂଚ ସାଇବର ସେଲ ଘଟଣାର ତଦନ୍ତ କରିବ ବୋଲି ସେ କହିଛନ୍ତି । ଗତ ମାସକ ଭିତରେ  ଉକôଳ ବିଶ୍ୱବିଦ୍ୟାଳୟ ୱେବସାଇଟ ୨ ଥର ହ୍ୟାକ ହେଲାଣି ।ପୂର୍ବଥର ହୋଇଥିବା ହ୍ୟାକିଂର ତଦନ୍ତ କ୍ରାଇମବ୍ରାଂଚ ଜାରି ରଖିଥିବା ବେଳେ ପୁଣି ଥରେ ୱେବସାଇଟ ହ୍ୟାକିଂ ହେବା ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି ।