ସରକାରୀ ୱେବସାଇଟରେ ଉଡିଲା ପାକିସ୍ତାନ ଝଣ୍ଡା : ଉତ୍କଳ ୟୁନିଭର୍ସିଟି ୱେବସାଇଟ ହ୍ୟାକ୍

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତ୍କଳ ବିଶ୍ୱବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ୍ । ଟିମ ପାକ ସାଇବର ଆଟାକସର ୱେବସାଇଟ ହ୍ୟାକ୍ କରିଥିବା ସୂଚନା ରହିଛି । ହ୍ୟାକ୍ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ହୋମ୍ ପେଜରେ ପାକିସ୍ତାନ ଜିନ୍ଦାବାନ୍ଦ ଲେଖାଯାଇଛି । ପେଜରେ ପାକିସ୍ତାନର ଜାତୀୟ ପତାକା ରହିଥିବା ଦେଖିବାକୁ ମିଳିଛି । ଏଥିରେ ୱେବସାଇଟ ସିକ୍ୟୁରିଟି ଲଜ୍ୱାଜନକ ବୋଲି  ଉଲ୍ଲେଖ ରହିଛି । ୱେବସାଇଟକୁ ଏବେ ସାମୟିକ ଭାବେ ବନ୍ଦ କରାଯାଇଛି । ସଂଶୋଧନ ପରେ ୱେବସାଇଟକୁ ପୁନଃ ଚାଲୁ କରାଯିବ । ପୂର୍ବରୁ ଓଏସଏସସି ,ଓୟୁଏଟି ଓ ଛତ୍ରପୁର ଆରଟିଓ ୱେବସାଇଟ ହ୍ୟାକ ହୋଇଥିଲା ।  ତେବେ ହ୍ୟାକ୍ ପରେ କ୍ରାଇମବ୍ରାଂଚର ସାଇବର ସେଲରେ ବିଧିବଧ ଭାବେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଅଭିଯୋଗ ଦାଖଲ କରିଛନ୍ତି । ସିକ୍ୟୁରିଟି ଅଫିସର ଆର. ଏନ୍ ମହାପାତ୍ର ଏବଂ ୟୁନିଭରସିଟିର ଆସୋସିଏଟ୍ ପ୍ରଫେସର ସୁଧାଂଶୁ ଶେଖର ସାହୁ ଏନେଇ ଅଭିଯୋଗ କରିଛନ୍ତି ।