ଚଳିତ ବର୍ଷ ବାଣୀବିହାରରେ ହେବ ଛାତ୍ର ସଂସଦ ନିର୍ବାଚନ : ପିଜି କାଉନସିଲ ବୈଠକରେ ନିଷ୍ପତି

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ । ପିଜି କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଛାତ୍ର ସଂସଦ ଉପଦେଷ୍ଟା କମିଟି ପରାମର୍ଶ ଆଧାରରେ ଏହି ନିଷ୍ପତି ନିଆଯାଇଛି । କ୍ୟାମ୍ପସରେ ଗଣ୍ଡଗୋଳ ହେଲେ ନିର୍ବାଚନ ବନ୍ଦ ହେବ ବୋଲି ପିଜି କାଉନସିଲ ଚେୟାରମାନ ରଂଜନ ବଳ ସୂଚନା ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେ ନେଇ ପି. ଜି. କାଉଁସିଲ ବୈଠକ ବସିଥିଲା । ବୈଠକରେ ସମସ୍ତ ୨୭ଟି ଯାକ ବିଭାଗର ମୁଖ୍ୟ ଓ ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଉପସ୍ଥିତ ଥିଲେ।