ସାଇନ-ଏ-ଡାଏ ଉଠି କ୍ଲାସ ଆରମ୍ଭ ହେବା ପରେ ପରେ ଉତ୍କଳ ବିଶ୍ୱବିଶ୍ୱାଳୟରେ ପୁଣି ବିଶୃଙ୍ଖଳା !

18

କନକ ବ୍ୟୁରୋ : ଖୋଲୁ ଖୋଲୁ ବାଣୀବିହାରରେ ବିଶୃଙ୍ଖଳା । ସାଇନ-ଏ-ଡାଏ ଉଠି କ୍ଲାସ ଆରମ୍ଭ ହେବା ପରେ ଉତ୍କଳ ବିଶ୍ୱବିଶ୍ୱାଳୟରେ ପୁଣି ବିଶୃଙ୍ଖଳା ଦେଖାଦେଇଛି । ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳର କିଛି ଛାତ୍ରନେତା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଛାତ୍ରମାନେ କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ସାଇନ-ଏ-ଡାଏ ପରେ ବାଣୀବିହାର ଆଜି ଖୋଲିଥିଲା । ଗତମାସରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ଘନ ଘନ ବୋମାମାଡ ହୋଇଥିଲା । ଫଳରେ ରାତି ଅଧିଆ କ୍ୟାମ୍ପସକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ଏହାକୁ କେନ୍ଦ୍ରକରି କ୍ୟାମ୍ପସରେ ପୋଡାଜଳା ଓ ଭଙ୍ଗାରୁଜା ହୋଇଥିଲା ।