ଉତ୍କଳ ଏକ୍ସପ୍ରେସ୍ ଲାଇନଚ୍ୟୁତ ! ଉତ୍ତରପ୍ରଦେଶରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା

27

କନକ ବ୍ୟୁରୋ : ଟ୍ରାକରୁ ଖସିଲା ପୁରୀ – ଉତ୍କଳ ଏକ୍ସପେସ୍ ବଗି । ୟୁପି ମୁଜାଫରନଗର ଖତୌଲିଠାରେ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ପୁରୀରୁ ହରିଦ୍ୱାର ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ତେବେ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଏବଂ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିିଳିଛି  ।

• ପୁରୀ –ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପେସ୍ ଉତ୍ତରପ୍ରଦେଶର ମୁଜାଫରନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

•  ଟ୍ରାକରୁ ଖସି ନିକଟସ୍ଥ ଘରେ ପଟିହେଲା

• ୬ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା

• ଆଜି ସନ୍ଧ୍ୟା ୫ଟା ୫୦ରେ ଘଟିଛି ଦୁର୍ଘଟଣା

• ମୁଜାଫରନଗର ଠାରୁ ୨୫ କିଲୋମିଟର ଦୂର ଖତୌଲି ଠାରେ ଘଟିଛି ଦୁର୍ଘଟଣା

•  ୪ ଜଣଙ୍କ ମୃତ୍ୟୁ , ୨୦ ଜଣ ଆହତ ଏବଂ ସମୁଦାୟ ୧୪ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ରେଳବାଇ ମୁଖପାତ୍ର ଅନୀଲ୍ ସକ୍ସେନାଙ୍କ ସୂଚନା

• ୧୭ ତାରିଖ ରାତିରେ ପୁରୀରୁ ହରିଦ୍ୱାର ଅଭିମୁଖେ ବାହାରିଥିଲା ଟ୍ରେନ

• ଆଜି ରାତି ୯ଟାରେ ହରିଦ୍ୱାରରେ ପହଞ୍ଚିଥାନ୍ତା ଟ୍ରେନ

• ଦୁର୍ଘଟଣାଗ୍ରସ୍ତ ଟ୍ରେନର ନମ୍ବର ୧୮୪୭୭

• ଦୁର୍ଘଟଣାରେ ୧୦ରୁ ଅଧିକ ମୃତ ଏବଂ ୧୦୦ରୁ ଅଧିକ ଆହତ ସୂଚନା

• ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛି ୟୁପି ଏଟିଏସ୍ ଟିମ

• ଦିଲ୍ଲୀରୁ ଏନଡିଆରଏଫ ଟିମର୍ ଦୁର୍ଘଟଣାସ୍ଥଳ ଅଭିମୁଖେ ଯାତ୍ରା

• ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟþ

• ଟ୍ରେନ ଦୁର୍ଘଟଣା ନେଇ ମର୍ମାହତ: ମୋଦି

• ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ: ମୋଦି

• ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି : ମୋଦି

• ଆଶା ଆହତଙ୍କୁ ବଞ୍ଚାଇବାକୁ ସମସ୍ତେ ଉଦ୍ୟମ କରିବେ : ମୋଦି

• ଦୁର୍ଘଟଣା ନେଇ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପ୍ରତିକ୍ରିୟା

• ବ୍ୟକ୍ତିଗତ ଭାବେ ଘଟଣାର ଅନୁଧ୍ୟାନ କରୁଥିବା ନେଇ ସୁରେଶ ପ୍ରଭୁଙ୍କ ସୂଚନା

• ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି : ପ୍ରଭୁ

• ଘଟଣାସ୍ଥଳକୁ ମେଡିକାଲ ଭ୍ୟାନ ପଠାଯାଇଛି : ପ୍ରଭୁ

• ମୁଜାଫରନଗର ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି

• ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ, କହିଲେ ତ୍ରୁଟି ବ୍ୟୁଚୁତି ଥିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

• ରେଳ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

• ରେଳବାଇ ବିଭାଗ ସହ ସମନ୍ୱୟ ରଖିବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ନବୀନଙ୍କ ନିର୍ଦ୍ଦେଶ

• ଆହତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଲେ ନବୀନ

• ଦୁର୍ଘଟଣାର ସହୟତା ରାଶି ଘୋଷଣା କଲେ ନବୀନ

• ଦୁର୍ଘଟଣାରେ ମୃତ ଓଡ଼ିଆ ପରିବାରବର୍ଗଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ସହାୟତା ରାଶି

• ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ନବୀନ

• ରେଳ ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା

• ଏହା ଅତ୍ୟନ୍ତ ଦୁଃଖଦାୟକ: ଯୋଗୀ

• ଆହତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ଯୋଗୀ

• କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆହତଙ୍କ ଉତ୍ତମ ଚିକିତ୍ସା ମିଳିବା ସହ ସେମାନେ ସୁସ୍ଥ ହେବାକୁ କାମନା କରୁଛି: ଧର୍ମେନ୍ଦ୍ର

• ୟୁପି ପୋଲିସ ଜାରି କଲା ହେଲ୍ପ ଲାଇନ ନମ୍ବର

• ଡିଏମ ମୁଜାଫରନଗର : ୯୪୫୪୪୧୭୫୭୪

• ଏସଏସପି ମୁଜାଫରନଗର : ୯୪୫୪୪୦୦୩୧୪

• ସିଏମଓ ମୁଜାଫରନଗର : ୯୪୧୨୩୩୩୬୧୨

• ଏସପି ଖତୌଲି : ୯୪୫୪୪୦୧୧୨୭

• ଏସଡିଏମ ଖତୌଲି : ୯୪୫୪୪୧୭୦୦୮

• ସିଓ ଖତୌଲି : ୯୪୫୪୪୦୧୬୧୧

• ଏସଓ ଖତୌଲି : ୯୪୫୪୪୦୪୦୭୨

• ରେଲୱେ କଣ୍ଟ୍ରୋଲ ରୁମ : ୦୧୩୧-୨୬୪୫୨୩୮

• ଆରପିଏଫ : ୦୧୩୧-୨୪୩୭୧୬୦

• ଘଟଣାସ୍ଥଳରେ ୪ଟି ଏନଡିଆରଏଫ୍ ଟିମର ଉଦ୍ଧାର କାର୍ଯ୍ୟ ଜାରି

• ଉଦ୍ଧାର କାର୍ଯ୍ୟ ଏବଂ ରିଲିଫ୍ କାର୍ଯ୍ୟ ଉପରେ ଗୁରୁତ୍ୱ

• ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ

• ଘଟଣାସ୍ଥଳକୁ ଯାଉଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ

•  ମୃତକଙ୍କୁ ୩.୫ ଲକ୍ଷ ଏବଂ ଗୁରୁତରଙ୍କୁ ୫୦ହଜାର ଏବଂ ସମାନ୍ୟ ଆହତଙ୍କୁ ୨୫ହଜାର ଟଙ୍କା ଘୋଷଣା କଲା ରେଳମନ୍ତ୍ରାଳୟ

•  ଘଟଣା ଦୁଃଖଦ, ମୃତାହତଙ୍କ ପରିବାର ପ୍ରତି ସମବେଦନା : ରାହୁଲ ଗାନ୍ଧୀ

•  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରତିକ୍ରିୟା : ଏହା ଅତି ଦୁଃଖଦ ଘଟଣା, ଆହତଙ୍କୁ ଉଦ୍ଧାର ଓ ଚିକିତ୍ସା ଯୋଗାଇଦେବାକୁ ଦେଲେ ପରାମର୍ଶ

•  ପୂର୍ବତଟ ରେଳବାଇ ଜାରି କଲା ହେଲ୍ପ ଲାଇନ ନମ୍ବର : ୧୩୮, ୦୬୭୪-୨୪୯୦୬୭୦