ଅଚେତ କରି ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ବନେଇବା ଘଟଣାରେ ନୂଆ ମୋଡ : ଆଇସିୟୁରୁ ବାହାରିବା ପରେ ପୀଡିତାଙ୍କ ଚାଂଚଲ୍ୟକର ବୟାନ

29

କନକ ବ୍ୟୁରୋ : ନିଶାବଟିକା ଦେଇ ଅଚେତ କରି ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ବନେଇବା ଘଟଣାରେ ନୂଆ ମୋଡ । ଆଇସିୟୁରୁ ବାହାରିବା ପରେ ପୀଡିତା ଚାଂଚଲ୍ୟକର ବୟାନ ଦେଇଛନ୍ତି । ଅଭିଯୁକ୍ତ ସମୀରର ଭଉଣୀ ଘଟଣାର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ପୀଡିତା ।

ସମୀରର ଭଉଣୀ ନିଶା ବଟିକା ଦେଇଥିବା ପୀଡିତା ଅଭିଯୋଗ କରିଛନ୍ତି । ଦୁଇ ଜଣଙ୍କୁ ଗିରଫ କଲେ ପ୍ରକୃତ ଘଟଣା ସାମନାକୁ ଆସିବ ବୋଲି ପୀଡିତା କହିଛନ୍ତି । ୨୦୧୬ରେ ପିକନିକକୁ ଗଲା ବେଳେ ସମୀର ପୀଡିତାଙ୍କର ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ କରୁଥିଲା ବୋଲି ସେ କହିଛନ୍ତି । ଉତ୍କଳ ସଂଗୀତ ମହାବିଦ୍ୟାଳୟର ଯୁକ୍ତଦୁଇର ଛାତ୍ରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ଭର୍ତି କରାଯାଇଥିଲା ।

ସୂଚନା ଯେ, ଭୁବନେଶ୍ୱରର ଉତ୍କଳ  ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଆଣିଥିଲେ ଏହି ଅଭିଯୋଗ । ସମୀର ନାମକ ଜଣେ ଯୁବକ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡିଥିଲା । ଜଣେ ଝିଅ ସହାୟତାରେ ସେ ଏହି ନିଶା ବଟିକା ଦେଇଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ କ୍ୟାପିଟାଲ ହସପିଟାଲରେ ଆଇସିୟୁରେ ଭର୍ତି କରାଯାଇଥିଲା ।