ଲାଇନଚ୍ୟୁତ ହେଲା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ! ୨୩ ମୃତ ଏବଂ ୪୦ରୁ ଅଧିକ ଆହତ , ବଢିପାରେ ମୃତକଙ୍କ ସଂଖ୍ୟା

35

କନକ ବ୍ୟୁରୋ : ୟୁପିରେ ଟ୍ରେନ୍ ଦୁର୍ଘଟଣା । ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ- ଉତ୍କଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ସନ୍ଧ୍ୟା ପ୍ରାୟ ୬ଟା ବେଳେ ମୁଜାଫରନଗରର ଖତୌଲିିରେ ଟ୍ରେନର ୬ଟି ବଗି (ଏସ ୧ ରୁ ଏସ୍ ୬ଆଶଙ୍କା) ଲାଇନଚ୍ୟୁତ ହୋଇଛି । ଟ୍ରାକରୁ ତଳକୁ ଖସିପଡିଛି ଟ୍ରେନ୍ର ୬ଟି ବଗି । ଟ୍ରେନର ବଗି ଉପରେ ଅନ୍ୟ ବଗି ଚଢିଯାଇଛି । ଏଥିସହ ଟ୍ରେନ୍ ବଗି ତଳକୁ ଖସି ରାସ୍ତାକଡରେ ଥିବା କିଛି ଘର ସହ ଧକ୍କା ହୋଇଛି ।

ଦୁର୍ଘଟଣାରେ ଏଯାଏଁ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିିଛି । ଟ୍ରେନଟି ପୁରୀ ଜଗନ୍ନାଥଧାମରୁ ହରିଦ୍ୱାର ଯାଉଥିବାରୁ ଏଥିରେ ଅଧିକ ତୀର୍ଥଯାତ୍ରୀ ଥିବା ଅନୁମାନ କରାଯାଉଛି । ଗତକାଲି ରାତି ପ୍ରାୟ ସାଢେ ୮ଟାରେ ଟ୍ରେନଟି ପୁରୀ ଛାଡିଥିଲା । ଆଜି ରାତି ୯ଟାରେ ଟ୍ରେନ୍ ହରିଦ୍ୱାରରେ ପହଁଚିବାର ଥିଲା । ତେବେ ମୁଜାଫରନଗରରୁ ୨୫ କିଲୋମିଟର ପୂର୍ବରୁ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୟୁପିର ଏଟିଏସ୍ ଟିମ୍ ଦୁର୍ଘଟଣାସ୍ଥଳକୁ ଯାଉଛି । ଆମ୍ବୁଲାନ୍ସ ସହ ମେଡିକାଲ୍ ଟିମ୍ ବି ଘଟଣାସ୍ଥଳକୁ ଯାଉଛି ।

• ୧୪ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ସୂଚନା

• ୧୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା

• ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୪ ଏନଡିଆରଏଫ ଟିମ୍

• ଦୁର୍ଘଟଣାସ୍ଥଳକୁ ଯିବ ବିଜେଡି ଟିମ୍

• ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ନେତୃତ୍ୱରେ ଯିବ ଟିମ

• ଟ୍ରେନ ଦୁର୍ଘଟଣା ନେଇ ପୂର୍ବତଟ ରେଳବାଇର ପ୍ରେସମିଟ୍

• ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି

• ଗୁରୁତର ଓ ଆହତଙ୍କ ଚିକିତ୍ସା ପାଇଁ ଡାକ୍ତର ନିୟୋଜିତ ଅଛନ୍ତି

• ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି

• ଟ୍ରେନ୍ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି

• ଓଡ଼ିଶାରୁ ଟ୍ରେନରେ ଚଢିଥିଲେ ୯୯ ଜଣ ଯାତ୍ରୀ

• ଏସି ୩ ଟାୟରରେ ଚଢିଥିଲେ ୧୧ ଜଣ ଯାତ୍ରୀ

• ସ୍ଲିପର କ୍ଲାସରେ ଚଢିଥିଲେ ୮୮ ଜଣ ଯାତ୍ରୀ

• ପୁରୀ, ଖୋର୍ଦ୍ଧା, କଟକ, ଝାରସୁଗୁଡା, ଯାଜପୁର, କେନ୍ଦୁଝର ରୋଡ ଓ ଭଦ୍ରକରୁ ଷ୍ଟେସନରୁ ଚଢିଥିଲେ ଯାତ୍ରୀ

• ଓଡ଼ିଆ ଯାତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଉଛି

• ୧୪ଟି ବଗି ଲାଇନଚ୍ୟୁତ ହୋଇଛି, ୬ଟି ବଗି ଓଲଟିପଡିଛି

• ଟ୍ରାକ୍ ଠିକ୍ ନଥିଲା ଏବଂ କାର୍ଯ୍ୟ ଚାଲୁଥିବା ଯୋଗୁ ଦୁର୍ଘଟଣା ଘଟିଥିବା ଆଶଙ୍କା