୪ ଇଞ୍ଜିନିୟର୍ ନିଲମ୍ବିତ ! ଉତ୍କଳ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାରେ ପ୍ରଥମ କାର୍ଯ୍ୟାନୁଷ୍ଠାନ

29

କନକ ବ୍ୟୁରୋ : ଉତ୍ତରପ୍ରେଦଶ ଖତୌଲି ଉକ୍ରଳ ଏକ୍ସପ୍ରେସ୍ ଘଟଣା ରେଳବାଇର କାର୍ଯ୍ୟାନୁଷ୍ଠାନ । ୭ ଜଣ ରେଳବାଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ନର୍ଦନ୍ ଡିଭିଜନ । ୪ ଜଣ ସିନିୟର ଡିଭିଜିନାଲ ଇଂଜିନିୟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହା ସହ ଏହି ଇଂନିଜିୟରଙ୍କ ଅଧିନରେ କାମ କରୁଥିବା ୩ ଜଣ କର୍ମଚାରୀଙ୍କ ନିଲମ୍ବିତ କରାଯାଇଛି । ପୁରୀ-ହରିଦ୍ୱାର ଏକ୍ସପ୍ରେସ ଦୁର୍ଘଟଣା ପରେ ଏହା ହେଉଛି ରେଳବାଇ ପକ୍ଷରୁ ପ୍ରଥମ କାର୍ଯାନୁଷ୍ଠାନ ।

ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟଣାର କାରଣ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ସତ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏବଂ ଅନେକ ଅନୁଭବ କରୁଛନ୍ତି ଯେ, ଏହି ଦୁର୍ଘଟଣାକୁ ସହଜରେ ଏଡାଇ ଦିଆଯାଇ ପାରିଥାନ୍ତା । ଏପରିକି ଅବହେଳା କାରଣରୁ ଦୁର୍ଘଟଣା ହୋଇଛି ବୋଲି ଅଭିଯୋଗ କରି ରେଳବାଇ ପୋଲିସ ମାମଲା ରୁଜୁ କରିଛି । ଏଥିରେ କୁହାଯାଇଛି, ଅବହେଳା କରାଯାଇ ଅନେକ ଲୋକଙ୍କ ଜୀବନକୁ ସଂକଟରେ ପକାଇ ଦିଆଯାଇଛି ।

ବିଶ୍ୱର ଚତୁର୍ଥ ବୃହତମ ଭାରତର ଏହି ରେଳବାଇ ନେଟୱର୍କର ସୁରକ୍ଷା, ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣା ପରେ ପ୍ରଶ୍ନ ଘେରକୁ ଆସିଯାଇଛି । ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏକ ଅଡିଓ ଟେପ୍ ପୁରା ଘଟଣାର ଗୁମର ଖୋଲିଛି । ଏହି ଅଡିଓ ଟେପରେ ଜଣେ ରେଳ କର୍ମଚାରୀ ଓ ଗେଟମ୍ୟାନ ଫୋନରେ କଥା ହେଉଛନ୍ତି । ଗେଟମ୍ୟାନ ଜଣକ ଏଥିରେ କହିଛନ୍ତି, କିଛି କର୍ମଚାରୀ ମରାମତି କାମ କରୁଥିବାବେଳେ ଅଧାରେ ଛାଡିଦେଇ ଚାଲିଯାଇଥିଲେ । ଏବଂ ଏହି ସମୟରେ ଟ୍ରେନ ଆସିଯିବାରୁ ଦୁର୍ଘଟଣା ଘଟିଲା ।