ଉତ୍କଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ମାମଲା ! ରେଳ କର୍ମଚାରୀଙ୍କ ଅବହେଳାରୁ ଦୁର୍ଘଟଣା ହୋଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ

50

କନକ ବ୍ୟୁରୋ : ଉତ୍କଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ ରିପୋର୍ଟରେ ଦୁର୍ଘଟଣା ପାଇଁ ରେଳ କର୍ମଚାରୀଙ୍କୁ ଦାୟୀ କରାଯାଇଛି । ରେଳ କର୍ମଚାରୀଙ୍କ ଅବହେଳାରୁ ଦୁର୍ଘଟଣା ହୋଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହାସହ କର୍ମଚାରୀ ଟ୍ରାଫିକ ପରିଚାଳନାରେ ବି ବିଫଳ ହୋଇଥିଲେ ବୋଲି ରେଳବାଇ Puri-Haridwar Utkal Express derailmentସୁରକ୍ଷା କମିଶନର ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । ରେଳ ଟ୍ରାକ ଅସୁରକ୍ଷିତ ଥିବା ନେଇ ଆସିଷ୍ଟାଂଟ ଷ୍ଟେସନ ମ୍ୟାନେଜରଙ୍କ ନିକଟରେ ଖବର ଥିଲା । କିନ୍ତୁ ଏହାସତ୍ୱେ ଟ୍ରେନକୁ ଅଟକାଇବା କିମ୍ବା ଗତପଥ ପରିବର୍ତ୍ତନ କରିବାରେ ଆସିଷ୍ଟାଂଟ ଷ୍ଟେସନ ମ୍ୟାନେଜର ବିଫଳ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।
ଏହା ସହ ଟ୍ରେନର ଗତି ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇନଥିବା ଏବଂ ମରାମତି କାମ ଚାଲିଥିବା ସ୍ଥାନutkal-express-derailment ଗୁଡିକରେ ପତାକା ଲଗାଯାଇନଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ତଦନ୍ତ ରିପୋର୍ଟରୁ ଜଣାପଡିଛି । କେବଳ ଏତିକି ନୁହେଁ ଟ୍ରାଫିକ ପରିଚାଳନାରେ ବି ବିଫଳ ହୋଇଥିଲେ ସେକସନ କଂଟ୍ରୋଲର । ଏହି ସବୁ କାରଣରୁ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଅଗଷ୍ଟ ୧୯ ତାରିଖରେ ଉତରପ୍ରଦେଶ ଖତୋଲିରେ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୁବନେଶ୍ୱରରୁୁ ନୁଆଦିଲ୍ଲୀ ଯାଉଥିବା ଏହି ଟ୍ରେନ ଦୁର୍ଘଟଣାରେ ୨୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।