ଖାରବେଳଙ୍କ ଉପରେ ଆକ୍ରମଣ: ରାୟଗଡା କାଶୀପୁରରେ ସଭା କରୁଥିବା ବେଳେ ମୁହଁକୁ ମାଡ଼ ମାରିଲେ ଯୁବକ, ରାଜନୈତିକ ମହଲରେ ନିନ୍ଦା

ଫେସବୁକରେ ଭିଡିଓ ସେୟାର କଲେ ଖାରବେଳ

198

କନକ ବ୍ୟୁରୋ: ପୁଣି ସଭା ମଂଚରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ । ଉତ୍କଳ ଭାରତ ମୁଖ୍ୟ ଖାରବେଳ ସ୍ୱାଇଁଙ୍କୁ ରାୟଗଡା କାଶିପୁରରେ ଆୟୋଜିତ ଓଡିଶା ଭାଗ୍ୟ ପରିବର୍ତ୍ତନ ସଭାରେ ଆକ୍ରମଣ କରାଯାଇଛି । ଖାରବେଳ ସଭାରେ ବସିଥିବା ବେଳେ ଜଣେ ଯୁବକ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏଠାକୁ କାହିଁକି ଆସିଛ ବୋଲି ପ୍ରଶ୍ନ କରିବା ସହ ଯୁବକ ଜଣଙ୍କ ଖାରବେଳଙ୍କ ଟେବୁଲ ଉପରେ ଥିବା ପେପରକୁ ଆଣି ତାଙ୍କ ମୁହଁକୁ ମାରିଛନ୍ତି । ଏଥିରେ ଖାରବେଳଙ୍କ ଚଷମା ଖସିପଡିଥିଲା । ଯେଉଁ ଭିଡିଓଙ୍କୁ ନିଜ ଫେସବୁକ୍ରେ ପୋଷ୍ଟ କରିଛନ୍ତି ଖାରବେଳ ସ୍ୱାଇଁ ।

କନକ ନ୍ୟୁଜକୁ ଖାରବେଳ ଦେଇଥିବା ସୂଚନା ମୁତାବକ, ଟିକିରିରେ ରାସ୍ତାକଡରେ ସଭା ସାରି ସେମାନେ କାଶିପୁର ଅଭିମୁଖେ ବାହାରି ଥିଲେ । କାଶିିପୁରରେ ଲିଫଲେଟ ବାଂଟିବା ସମୟରେ ଜଣେରୁ ୨ଜଣ ଯୁବକ ତାଙ୍କୁ ଧକ୍କା ମାରିବା ସହିତ ହାଣିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ଖାରବେଳ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ପୋଲିସର ଅନୁମତି ନିଆଯାଇଥିଲା । ଏହା ସତ୍ୱେ ଉକ୍ରଳ ଭାରତ କେଉଁ ଦଳ ଆମେ ଜାଣିନାହୁଁ ।

ତେଣୁ ସଭା କରାଇଦିଆଯିବ ନାହିଁ ବୋଲି ଉକ୍ତ ଯୁବକମାନେ କହିଥିଲେ । ପୂର୍ବ ମଧ୍ୟ କେନ୍ଦ୍ରାପଡା ଆଳିରେ ମଧ୍ୟ ଏମିତି ଏକ ସଭାରେ ତାଙ୍କୁ ଆକ୍ରମଣ ହୋଇଥିଲା । ତେବେ ଏହି ଘଟଣାରେ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମ୍ରୁଖପାତ୍ର ସସ୍ମିତ ପାତ୍ର ।