ଆଲୁମିନିୟମ୍ ଫଏଲ୍ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ୍ ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଅନେକ କ୍ଷତି ।

35

ଖାଦ୍ୟକୁ ଗରମ ରଖିବା ପାଇଁ ଆଲୁମିନିୟମ୍ ଫଏଲର ବ୍ୟବହାର କରାଯାଇଥାଏ । ଯଦି ଆପଣ ମଧ୍ୟ ଏହି ଆଲୁମିନିୟମ୍ ଫଏଲର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ହାନିକାରକ ଅଟେ । ପ୍ରକୃତ କଥା ହେଉଛି ଆଲୁମିନିୟମ୍ ଫଏଲରେ ଥିବା ଧାତୁ ଭୋଜନ ସହ ମିଶିଯାଇଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅନେକ କ୍ଷତି ପହଞ୍ଚାଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଲୁମିନିୟମ ଫଏଲ ଆମ ସ୍ୱାସ୍ଥ୍ୟ ପ୍ରତି ହାନି ପହଞ୍ଚାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତି ପାଇଥିବା ଆଲୁମିନିୟମ୍ ଫଏଲ ଯେତେବେଳେ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ହୋଇଯାଏ, ସେତେବେଳେ ଆଲୁମିନିୟମ ଖାଦ୍ୟରେ ମିଶିଯାଇଥାଏ । ତେବେ ସ୍ୱାସ୍ଥ୍ୟ ଅଧ୍ୟୟନରୁ ଜଣାପଡିଛି ଯେ, ଶରୀରରେ ଅଧିକ ମାତ୍ରାରେ ଆଲୁମିନିୟମ ଯିବା ଦ୍ୱାରା ବ୍ରେନ କୋଶିକା ବୃଦ୍ଧି ହୋଇନଥାଏ । ଆଉ ଏଥିପାଇଁ ଲୋକମାନଙ୍କୁ ହାଡ ସମ୍ବନ୍ଧୀତ ରୋଗ ହୋଇପାରେ ।

ଏପରିକି ନିକଟରେ ବୈଜ୍ଞାନିକମାନେ କହିଛନ୍ତି ଯେ, କେତେକ ରୋଗୀଙ୍କର ବ୍ରେନ ସେଲରେ ଆଲୁମିନିୟମ୍ ଅଧିକ ମାତ୍ରାରେ ମିଳିଛି । ଅଧ୍ୟୟନରୁ ଜଣାପଡିଛି ଯେ, ଆଲୁମିନିୟମର ଅଧିକ ମାତ୍ରା ବଢିଯିବା ଫଳରେ ଅଷ୍ଟ୍ରିଓପୋରୋସିସ୍ ଏବଂ କିଡନୀ ଫେଲ୍ ହୋଇଯିବାର ଅଧିକ ସମ୍ଭାବନା ରହିଥାଏ । ଏଥିପାଇଁ ଆଲୁମିନିୟମ୍ ଫଏଲ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ସହ ଆଲୁମିନିୟମ୍ ବାସନରେ ମଧ୍ୟ ରୋଷେଇ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।