ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ ଉଷସୀ ! ଅଭିନେତ୍ରୀଙ୍କୁ ମାଡ ଘଟଣାରେ ସିନେ ଆର୍ଟିଷ୍ଟ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ

44

କନକ ବ୍ୟୁରୋ : ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅନୁଗୁଳର ଡେରେଙ୍ଗରେ ବଳାତ୍କାର ଉଦ୍ୟମ ହୋଇଥିଲା ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀ ଡାକି ପ୍ରକାଶ କରିଛନ୍ତି ଉଷସୀ । ତେବେ ଏହାର କୌଣସି ପ୍ରମାଣ ନଥିବାରୁ ସେ ଏହି ଅଭିଯୋଗ କରିନାହାଁନ୍ତି ବୋଲି କହିଛନ୍ତି । ଓଡିଶା କଳାକାର ସଂଘ ଉଷସୀଙ୍କୁ ସମର୍ଥନ କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଅନୁଗୁଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ହୋଇଥିବା ଆକ୍ରମଣ ଓଡ଼ିଶାର କଳାକାର ସଂଘକୁ ବଚଳିତ କରିଦେଇଛି । ତେଣୁ ଓଲିଉଡ଼୍ ଆଜି ବାହାରି ଆସିଛି ଉଷସୀଙ୍କ ପାଇଁ ଏବଂ ଉଷସୀ ବଖାଣିଛନ୍ତି ସେହ ରାତିର କାହାଣୀ । ଉଷସୀ କହିଛନ୍ତି, ତାଙ୍କୁ ଦୁଷ୍କର୍ମ କରିବା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । କିନ୍ତୁ ପ୍ରମାଣ ନଥିବାରୁ ସେ ଏହି ମାମଲା ରୁଜୁ କରିନାହାନ୍ତି । ଏପରି ଘଟଣା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଉଷସୀ ।

ଉଲ୍ଲେଖ ଥାଉ କି, କିଛିଦିନ ତଳେ ନାଟକରେ ଅଭିନୟ କରିବା ପାଇଁ ଅନୁଗୁଳ ଯାଇଥିଲେ ଉଷସୀ ମିଶ୍ର । ଆଉ କଣିହାଁ ନିକଟ ଡେରଙ୍ଗରେ ଏହି ଅଘଟଣ ଘଟିଥିଲା । ଏନେଇ ସେ କଣିହାଁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଯାତ୍ରା ଚାଲିଥିଲା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ । ଏପରିକି ତାଙ୍କୁ ଗାଳିଗୁଲଜ ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗିବା ନେଇ ଅଭିଯୋଗ ହୋଇଥିଲା । ତେବେ ସୋସିଆଲ ମିଡ଼ିଆରେ ଏହି ଅଘଟଣ ବିଷୟରେ ଉଷସୀ ମିଶ୍ର ପୋଷ୍ଟ କରିଥିଲେ ।