ଛତିଶଗଡ:ନକ୍ସଲଙ୍କୁ ମାତ୍ ଦେବାପାଇଁ ବସ୍ତରରେ ମହିଳା ସିଆରପିଏଫ କମାଣ୍ଡାଣ୍ଟ କରୁଛନ୍ତି ମାଓ ଅପରେସନ୍

28

କନକ ବ୍ୟୁରୋ : ନକ୍ସଲଙ୍କ ଗଡ ଛତିଶଗଡର ବସ୍ତର । ଆଉ ଏବେ ନକ୍ସଲଙ୍କୁ ମାତ୍ ଦେବାପାଇଁ ଯୋଗଦେଇଛନ୍ତି ଜଣେ ମହିଳା ସିଆରପିଏଫ କମାଣ୍ଡର । କେନ୍ଦ୍ରୀୟ ସୁରକ୍ଷା ବଳ ବା ସିଆରପିଏଫରେ ପ୍ରଥମ ମହିଳା ଅଫିସର ଭାବେ ଏବେ ସେ ଯୋଗଦେଇଛନ୍ତି । ତାଙ୍କ ନାଁ ହେଉଛି ଉଷା କିରଣ । ପୁରୁଷ ସହକର୍ମୀଙ୍କ ସହ ମିଶି ମାଓବାଦୀଙ୍କ କବଳରୁ ବସ୍ତରକୁ ରକ୍ଷା କରୁଛନ୍ତି । ସେହିପରି ସ୍ଥାନୀୟ ଅଂଚଳର ଲୋକଙ୍କୁ ମାଓ କାର୍ଯ୍ୟକଳାପରୁ ମୂଖ୍ୟ ସ୍ରୋତକୁ ଫେରାଇଆଣିବା ପାଇଁ ଏବେ ସେ ଚେଷ୍ଟା କରୁଛନ୍ତି । ଏହାଛଡା ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସେ ମହିଳାମାନଙ୍କ ସହ ଅଲୋଚନା କରୁଛନ୍ତି । ସିଆରପିଏଫର ୮୦ ବାଟାଲିୟନରେ ଏବେ ସେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଛନ୍ତି ।