ଗୋମୂତ୍ର ସ୍ୱାସ୍ଥ୍ୟ ପାଇଁ କେତେ ହିତକର . . . . ଜାଣନ୍ତୁ ?

91

ଆୟୁର୍ବେଦ ବ୍ୟତୀତ ଅତ୍ୟାଧୁନିକ ଡାକ୍ତରୀ ବିଦ୍ୟାରେ ମଧ୍ୟ ଗୋମୂତ୍ରର ପ୍ରଯୋଗ କରାଯାଉଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗୋମୂତ୍ର ବିଭିନ୍ନ ପ୍ରକାରର ଶାରୀରିକ ଅସୁସ୍ଥତା ପାଇଁ ଖୁବ୍ ଉପକାରୀ । ଯଦି ଏଥିରେ କିଛି ଚେରମୂଳି ପକାଇ ଆପଣ ବ୍ୟବହାର କରୁଛନ୍ତି, ତେବେ ଏହା ଅଧିକ ପ୍ରଭାବଶାଳୀ ।

ଗୋମୂତ୍ର ବ୍ୟବହାର ପୂର୍ବରୁ କିଛି ଜାଣିବା କଥା –
– ସୁସ୍ଥ ଓ ଦେଶୀ ଗାଈର ଗୋମୂତ୍ର ହିଁ ବ୍ୟବହାର କରନ୍ତୁ । ଗର୍ଭବତୀ, ବୟସ୍କା ଓ ରୋଗଗ୍ରସ୍ତ ଗାଇର ମୂତ୍ର ବ୍ୟବହାର କରନ୍ତୁ ନାହିଁ ।

– ଗୋମୂତ୍ର ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ଛାଣି ବ୍ୟବହାର କରନ୍ତୁ ।

କିପରି କରିବେ ବ୍ୟବହାର –
– ଅଧ କପ୍ ଗରମ ପାଣିରେ ଦୁଇ ଚାମଚ ଗୋମୂତ୍ର ଏବଂ ଏକ ଚାମଚ ଶୁଣ୍ଠି ମିଶାଇ ପିଇଲେ କୋଷ୍ଠକାଠିନ୍ୟ ଦୁର ହୁଏ ।

– ଅଧ କପ୍ ଉଷୁମ ପାଣିରେ ଦୁଇ ଚାମଚ ଗୋମୂତ୍ର, ଫାଳେ ଲେମ୍ବୁ ରସ ଏବଂ ସାମନ୍ୟ କଳା ଲୁଣ ମିଶାଇ ପିଇଲେ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦୂର ହୁଏ ।

– ଅଧ କପ୍ ପାଣିରେ ଦୁଇ ଚାମଚ ଗୋମୁୂତ୍ର, ଏକ ଚାମଚ ଚିନି ଏବଂ ଅଳ୍ପ କିଛିି ଲୁଣ ମିଶାଇ ନିୟମିତ ପଇଲେ ପେଟ ସମ୍ମନ୍ଧୀୟ ରୋଗରୁ ରକ୍ଷା ମିଳେ ।

– ଦାନ୍ତ ଯନ୍ତ୍ରଣାରୁ ଆରାମ ପାଇବାକୁ ହେଲେ ଅଧା କପ୍ ଗରମ ପାଣିରେ ୨ ଚାମଚ ଗୋମୂତ୍ର ମିଶାଇ କୁଳି କରିବା ଉଚତ୍ । ଏପରି କରିବା ଦ୍ୱାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳେ ।

– ଗୋମୂତ୍ରକୁ ସମାନ୍ୟ ଉଷୁମ କରି ୨ ଟୋପା କାନରେ ପକାଇଲେ ଯନ୍ତ୍ରଣା ହେଉଥିଲେ ଶ୍ରୀଘ୍ର ବନ୍ଦ ହୋଇଯିବ ।

– ତ୍ୱଚା ସମ୍ମନ୍ଧୀୟ କୌଣସି ସମସ୍ୟା ଦେଖାଦେଲେ ଗୋମୂତ୍ର ମାଲିସ କରନ୍ତୁ ।

– ହୃଦରୋରୁ ରକ୍ଷା ପାଇବା ପାଇଁ ଅଧା କପ୍ ପାଣିରେ ୨ ଚାମଚ ଗାମୁତ୍ରଏବଂ ସତାବରୀ ଗୁଣ୍ଡ ମିଶାଇ ପିଇବା ଉଚିତ୍ ।

– ଏହା ବ୍ୟତୀତ ପାଣିରେ ଗୋମମୂତ୍ର ମିଶାଇ ଗାଧୋଇଲେ ଜଳାପୋଡ଼ା, କୁଣ୍ଡାଇ ହେବା ଏବଂ ଚର୍ମରୋଗରୁ ରକ୍ଷା ମିଳେ ।