କେଶ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି କି ? ବ୍ୟବହାର କରନ୍ତୁ ଗେଣ୍ଡୁଫୁଲ । 

105

ଆଜିକାଲି ଜନସଂଖ୍ୟା ବଢ଼ିବା ସହ ପ୍ରଦୂଷଣ ମଧ୍ୟ ବଢ଼ୁଛି । ଏହାର ପ୍ରଭାବ ସିଧା ଆମ ଉପରେ ହିଁ ପଡ଼ୁଛି । ପ୍ରଦୂଷଣ ପାଇଁ ବିଭିନ୍ନ ରୋଗ ସୃଷ୍ଟି ହେଉଥିବା ବେଳେ କେଶର ସମସ୍ୟା ସେଥିରୁ ଗୋଟିଏ । କେଶ ଝଡ଼ିବା ସହ ରୁପି ହେବା ଏବେ ଏକ ସାଧାରଣ କଥା ହୋଇଗଲାଣି । ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଲୋକମାନେ ବଜାରରେ ମିଳୁଥିବା ସମଗ୍ରୀକୁ ଆପଣାଉ ଥିଲେ ମଧ୍ୟ ତା’ର କିଛି ଭଲ ପ୍ରଭାବ ଦେଖିବାକୁ ମିଳୁ ନାହିଁ । ହଜାର ହଜାର ଟଙ୍କା ଖର୍ଚ୍ଚ କରି ମଧ୍ୟ ଲୋକମାନେ ଏହି ଅସୁବିଧାରୁ ମୁକୁଳି ପାରୁନାହାନ୍ତି । ସେଥିପାଇଁ ଆଜି ଆମେ ଏହାର ଘରୋଇ ଉପଚାର ବିଷୟରେ ଆପଣଙ୍କୁ ଜଣାଇବୁ । କିପରି ଆପଣମାନେ ଘରେ ବସି ଆପଣଙ୍କ କେଶ ସଂପର୍କିତ ଅସୁବିଧାକୁ ଦୂର କରି ପାରିବେ ଆସନ୍ତୁ ଜାଣିବା।

ମୁଣ୍ଡ କୁଣ୍ଡେଇ ହେଉଥିଲେ ବାହାରର ରସାୟନ ଜିନିଷ ବ୍ୟବହାର ନ କରି ଆପଣ ଗେଣ୍ଡୁ ଫୁଲକୁ ବ୍ୟବହାର କରି ପାରିବେ । ଗେଣ୍ଡୁ ଫୁଲ ତା’ର ଆଣ୍ଟିବାକ୍ଟେରିୟାଲ, ଆଣ୍ଟିଇମ୍ପ୍ଫ୍ଲାମେଣ୍ଟାରି ଗୁଣ ପାଇଁ ବେଶ ଜଣାଶୁଣା । ତେବେ ଏହାକୁ କିପରି ବ୍ୟବହାର କରିବା ତାହା ଆସନ୍ତୁ ଜାଣିବା। ପ୍ରଥମେ ୪ଟି ଗେଣ୍ଡୁ ଫୁଲ, ୫୦୦ ମିଲିଲିଟର ପାଣି ଏବଂ ଅଧା କଟା ଲେମ୍ବୁ ନିଅନ୍ତୁ । ତା ପରେ ୪ଟି ଗେଣ୍ଡୁ ଫୁଲକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ । ଫୁଟି ଗଲା ପରେ ସେଥିରେ ଲେମ୍ବୁର ରସକୁ ଚିପୁଡ଼ି ଦିଅନ୍ତୁ । ଏହି ମିଶ୍ରଣ ତିଆରି ହୋଇଯିବା ପରେ ସାମ୍ପୋ କରିବା ପୂର୍ବରୁ ଏହାକୁ ମୁଣ୍ଡରେ ଭଲ କରି ମାଲିସ କରନ୍ତୁ । ଏହା ପରେ କିଛି ସମୟ ଛାଡ଼ି ବ୍ୟବହାର କରୁଥିବା ସାମ୍ପୋରେ ମୁଣ୍ଡକୁ ଭଲ କରି ସଫା କରି ନିଅନ୍ତୁ ।

ସଫା କରିବା ପରେ ଏହାକୁ ପ୍ରାକୃତିକ ଭାବେ ଶୁଖିବାକୁ ଦିଅନ୍ତୁ । କାରଣ ହେୟାର ଡ଼୍ରାୟର ଦ୍ୱାରା ଶୁଖାଇଲେ ତାହା ମୁଣ୍ଡ କୁଣ୍ଡିଆକୁ ବଢ଼ାଇଥାଏ । ସପ୍ତାହକୁ ୨-୩ଥର ଏପରି କଲେ ଆପଣଙ୍କ ଅସୁବିଧା ଦୂର ହେବ ।