ପ୍ରତିଦିନ ମିଳିବ ୫ ଜିବିରୁ ଅଧିକ ଡାଟା । ଜାଣନ୍ତୁ ୟୁଜର୍ସଙ୍କୁ କେଉଁ କମ୍ପାନି ଦେଉଛି ଏଭଳି ଅଫର

30

ଶସ୍ତା ଡାଟା ଓ କଲ ପ୍ଲାନ ନେଇ ଏବେ ବିଭିନ୍ନ ଟେଲିକମ କମ୍ପାନି ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ଏପରିକି କିଏ ଶସ୍ତା ପ୍ଲାନ ମାଧ୍ୟମରେ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ ସେନେଇ ଟେଲିକମ କମ୍ପାନି ଗୁଡିକ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଛି ।ଆଉ ଏଭଳି ସମୟରେ ଟେଲିକମ କମ୍ପାନି ବିଏସଏନଏଲ କମ୍ପାନି ଗ୍ରାହକଙ୍କ ପାଇଁ ୩୩୩ ଟଙ୍କାର SSS ପ୍ଲାନ ଅଗଗ୍ରେଡ କରିଛି । ଯାହାଦ୍ୱାରା ଏବେ ବିଏସଏନଏଲ ୟୁଜର୍ସ ପ୍ରତିଦିନ ୫.୨ ଜିବିର ଡାଟା ପାଇପାରିବେ । ପୂର୍ବରୁ ଏହି ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୩ ଜିବି ଲେଖାଏଁ ଡାଟା ମିଳୁଥିଲା ।

ଏସବୁ ବ୍ୟତୀତ କମ୍ପାନିର ଏହି ନୂଆ ପ୍ଲାନରେ ମଧ୍ୟ ପୂର୍ବରୁ ରହିଥିବା ସମସ୍ତ ସର୍ତ୍ତକୁ ମଧ୍ୟ ହଟାଇ ଦିଆଯାଇଛି । ଅଥାର୍ତ ଏହି ନୂଆ ପ୍ଲାନରେ ରିଚାର୍ଜ କଲେ ପୂରା ଫ୍ରିରେ କଥା ହୋଇପାରିବେ । ୟୁଜର୍ସ ଏବେ ୮୦ କେବିପିଏସି ସ୍ପିଡରେ ଇଣ୍ଟରନେଟର ବ୍ୟବହାର ମଧ୍ୟ କରିପାରିବେ । ଆଉ ଏହି ପ୍ଲାନର ସବୁଠୁ ଖାସ କଥା ହେଲା, ରୋମିଂ ସମୟରେ ମଧ୍ୟ ଇନକମିଙ୍ଗ ଓ ଆଉଟଗୋଇଙ୍ଗ କଲର ମଧ୍ୟ ଲାଭ ଉଠାଇପାରିବେ ୟୁଜର୍ସ । ତେବେ ଏହି ସୁବିଧାର ଲାଭ ଉଠାଇବାକୁ ହେଲେ ୟୁଜର୍ସଙ୍କୁ ବିଏସଏନଏଲ କ୍ଷେତ୍ରରେ ରହିବା ଆବଶ୍ୟକ ଏବଂ ବିଏସଏନଏଲ ନେଟୱର୍କକୁ କଲ କରିବା ଆବଶ୍ୟକ ।

ଏହି ନୂଆ ପ୍ଲାନର ବୈଧତା ୪୫ ଦିନ ରହିଛି । ଏହି ସମୟସୀମା ମଧ୍ୟରେ ୟୁଜର୍ସ ୨୩୪ ଜିବି ଇଣ୍ଟରନେଟ ଡାଟାର ଲାଭ ଉଠାଇପାରିବେ । ପୂର୍ବରୁ ଏହି ପ୍ଲାନରେ ମାତ୍ର ୧୩୫ ଜିବି ଡାଟାର ଲାଭ ଉଠାଇପାରୁଥିଲେ ୟୁଜର୍ସ । ଏହାବାଦ୍ କମ୍ପାନି ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ମଧ୍ୟ ୨୯୯ ଟଙ୍କାର ନୂଆ ପ୍ଲାନ ଲଞ୍ଚ କରିଛି । ଆଉ ଏହି ଅଫରରେ ୟୁଜର୍ସ ଅନଲିମିଟେଡ କଲ ଓ ପ୍ରତିଦିନ ୧୦୦ଟି ମେସେଜର ଫାଇଦା ଉଠାଇପାରିବେ । ଏହାଛଡା ଏହି ପ୍ଲାନରେ ୟୁଜର୍ସଙ୍କୁ ୩୧ ଜିବି ଡାଟାର ଲାଭ ମଧ୍ୟ ମିଳିବ । ତେବେ ଏହି ପ୍ଲାନର ଫାଇଦା ପୁରୁଣା ବିଏସଏନଏଲ ଗ୍ରାହକଙ୍କୁ ମିଳିବ ନାହିଁ । କେବଳ ନୂଆ ୟୁଜର୍ସ ଏହି ପ୍ଲାନର ଫାଇଦା ଉଠାଇ ପାରିବେ । ତେବେ ଫ୍ରି କଲର ଲାଭ ମୁମ୍ବାଇ ଓ ଦିଲ୍ଲୀରେ ପାଇ ପାରିବେ ନାହିଁ ୟୁଜର୍ସ ।