ଆଉ ଦୌଡିବେନି ବିଶ୍ୱର ଦ୍ରୁତତମ ଧାବକ : ଟ୍ରାକକୁ ଅଲବିଦା କହିଲେ ଉସେନ ବୋଲଟ

28

କନକ ବ୍ୟୁରୋ : ଆଉ ଦୌଡିବେନି ବିଶ୍ୱର ଦ୍ରୁତତମ ଧାବକ। ଟ୍ରାକକୁ ଅଲବିଦା କହିଛନ୍ତି ରେକର୍ଡମ୍ୟାନ ଉସେନ ବୋଲଟ। ତିନିଟି ଅଲିମ୍ପିକ୍ସରେ ତିନିଟି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଜାମାଇକାର ଏହି ସ୍ପ୍ରିଂଟ୍ ଷ୍ଟାର।

୧୦୦ ମିଟର, ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ୯ଟି ଗୋଲଡ ମେଡାଲକୁ ନିଜ ନାଁରେ କରିଛନ୍ତି ବୋଲଟ । ହ୍ୟାଟ୍ରିକରେ ହ୍ୟାଟ୍ରିକ କରିବାରେ ଯେଉଁ ନିଆରା ରେକର୍ଡ ବୋଲଟ କରିଛନ୍ତି ତାହା ଭାଙ୍ଗିବା ଅଲିମ୍ପିକ୍ସ ଇତିହାସରେ ଏତେ ସହଜ ହେବନି ।

ରିଓ ଅଲିମ୍ପିକ୍ସ ପୂର୍ବରୁ ଟ୍ରାକରୁ ଅବସର ନେବାକୁ ବୋଲଟ ଘୋଷଣା କରି ସାରିଥିଲେ। ନିଜର ଶେଷ ଅଭିଭାଷଣରେ ବୋଲ୍ଟ କହିଛନ୍ତି ଅଲମ୍ପିକ୍ସକୁ ସେ ସବୁଦିନ ମନେପକାଇବେ । କାରଣ ଅଲମ୍ପିକ୍ସ ସବୁଠାରୁ ବଡ ମଂଚ।