ବଜାରକୁ ଆସିଲା ନୂଆ ଚାଟସିମ୍ ! ବିନା ଇଣ୍ଟରନେଟରେ ଚାଲିବ ହ୍ୱାଟସଆପ

90

ଏବେ ସୋସିଆଲ ମିଡିଆର ଟ୍ରେଣ୍ଡ । ସୋସିଆଲ ମିଡିଆ ବିନା ଅନେକ କାମ ଅଟକି ଯାଉଛି । ଯୋଗାଯୋଗ ଓ ବାର୍ତ୍ତଳାପର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ ।ସେ ଫେସବୁକ ହେଉ ଅବା ହ୍ୱାଟସଆପ କିମ୍ବା ଟ୍ୱିଟର । ଅଧିକାଂଶ ଲୋକ ବାର୍ତାଳାପକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଫେସବୁକ ଓ ଟ୍ୱିଟର ଅପେକ୍ଷା ହ୍ୱାଟସଆପକୁ ବ୍ୟବହାର କରୁଛନ୍ତି । ହ୍ୱାଟସଆପ ଏବେ ଲୋକଙ୍କର ଏକ ଆବଶ୍ୟକତା ପାଲଟିଗଲାଣି । କିନ୍ତୁ ଇଣ୍ଟରନେଟ ଡାଟା ସରିଯିବା ଭୟରେ ଅନେକ ଲୋକ ଅଧିକାଂଶ ସମୟ ହ୍ୱାଟସଆପରୁ ନିବୃତ ରୁହନ୍ତି । କିନ୍ତୁ ଏବେ ବିନା ଇଣ୍ଟରନେଟରେ ମଧ୍ୟ ହ୍ୱାଟସଆପ ବ୍ୟବହାର କରିହେବ । ଏଥିପାଇଁ ଚାଟ ସିମ୍ ଭଳି ଏକ ସ୍ୱତନ୍ତ୍ର ସିମ ବଜାରକୁ ଆସିଛି । ଏହା ମାଧ୍ୟମରେ ବିନା ଇଣ୍ଟରନେଟରେ ମଧ୍ୟ ଆପଣ ହ୍ୱାଟସଆପରେ ଚାଟ କରିପାରିବେ । ଆସନ୍ତୁ ଜାଣିବା ଚାଟ ସିମ ବିଷୟରେ କିଛି କଥା ।

chatsimକେଉଁଠୁ କିଣିବେ ଚାଟ ସିମ୍ : ଚାଟ ସିମ କିଣିବା ପାଇଁ ସର୍ବପ୍ରଥମେ କମ୍ପାନିର ଅଫିସିଆଲ ୱେବସାଇଟ ଡବ୍ଳୁଡବ୍ଲୁଡବ୍ଲୁ.ଚାଟସିମ.କମ ସାଇଟ ଖୋଲିବାକୁ ପଡିବ । ଏହି ସାଇଟରେ ସିମ କିଣିବାକୁ ଥିବା ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆଗାମୀ ଷ୍ଟେପକୁ ଫଲୋ କରିବା ସହ ସିମ ଅର୍ଡର କରନ୍ତୁ । ଏହି ସିମ୍ କେବଳ ଅନଲାଇନ ସପିଂ ୱେବସାଇଟ ଆମାଜନ.କମରେ ଉପଲବ୍ଧ ରହିଛି ।

କିପରି କରିବେ ବ୍ୟବହାର : ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ଏହି ଚାଟ ସିମ ସମସ୍ତ ପ୍ରକାର ସ୍ମାର୍ଟଫୋନରେ ବ୍ୟବହାର କରାଯାଇପାରିବ । ଉଭୟ ମାଇକ୍ରୋ ଓ ନାନୋ ସ୍ଲଟରେ କାମ କରିବ ଏହି ସିମ । ଏହି ସିମ କାର୍ଡକୁ ବ୍ୟବହାର କରି ବିନା ଇଣ୍ଟରନେଟରେ ଦୁନିଆର ଯେ କୌଣସି ସ୍ଥାନକୁ ମଧ୍ୟ ଆପଣ ମେସେଜ ପଠାଇପାରିବେ । ରୋମିଂର ଅସୁବିଧା ମଧ୍ୟ ଏଥିରେ ରହିବ ନାହିଁ ।

ଦାମ୍ : ଭାରତୀୟ ବଜାରରେ ଏହି ସିମ ପ୍ରବେଶ କରିଛି । ଭାରତୀୟ ବଜାରରେ ଏହି ସିମର ଦାମ ରହିଛି ୯୫୦ ଟଙ୍କା ରହିଛି । ଯାହାର ବୈଧତା ଏକବର୍ଷ ଯାଏ ରହିବ ।ଏହାଛଡା ଫ୍ରୀ ହ୍ୱାଟସଆପ ମେସେଜ କିମ୍ବା ଇମୋଜି ପାଇଁ ଆହୁରି ୯୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଗ୍ରାହକଙ୍କୁ । ଏହି ସିମ ଇ-କର୍ମସ ସାଇଟ ଆମାଜନରେ ୧୯୯୯ ଟଙ୍କାରେ ଉପଲବ୍ଧ । ଚାଟସିମରେ ଆପଣ ହ୍ୱାଟସଆପ, ମେସେଞ୍ଜର, ହାଇକ ଭଳି ସୋସିଆଲ ମିଡିଆର ଲାଭ ଉଠାଇପାରିବେ । ଏଭଳି ଫିଚର ଥିବା ସିମ ପ୍ରଥମଥର ପାଇଁ ଭାରତୀୟ ବଜାରକୁ ଆସିଛି । ଯଦି ଆପଣ ଅଧିକାଂଶ ସମୟ ହ୍ୱାଟସ୍ରାପର ବ୍ୟବହାର କରୁଥାନ୍ତି ତେବେ ଏହି ସିମ ଆପଣଙ୍କୁ ଫାଇଦା ଦେବ ।