ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ! ଏଣିକି ମଝି ଆକାଶରୁ ଆସିବ ଫୋନ କଲ, ବିମାନରେ କରିପାରିବେ ଇଣ୍ଟରନେଟର ବ୍ୟବହାର, ଟ୍ରାଇର ଜୋରଦାର ଉଦ୍ୟମ

36

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସିଖବର । ଏବେ ବିମାନ ଭିତରେ ମୋବାଇଲରେ କଲ କରିବା ସହ ଇଣ୍ଟରନେଟ ମଧ୍ୟ ବ୍ୟବହାର କରିପାରିବେ । ପୂର୍ବରୁ ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଉପଲବ୍ଧ ନଥିଲା । ଏପରିକି ବିମାନରେ ବସିବା ପରେ ହିଁ ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବାକୁ କୁହାଯାଉଥିଲା । ଫଳରେ ନେଟୱାର୍କ ରହୁନଥିବାରୁ କଲ କିମ୍ବା ଇଣ୍ଟରନେଟ ବ୍ୟବହାର କରିପାରୁନଥିଲେ ଯାତ୍ରୀ । ଏପରିକି ବିମାନରେ ବସିବା ସହ ସମ୍ପୂର୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଇଯାଉଥିଲେ ଯାତ୍ରୀ । ଏହାଦ୍ୱାରା ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି । କିନ୍ତୁ ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଅଣ୍ଟା ଭିଡିଛି ଟେଲିକମ ରେଗୁଲେଟର ଅଥରିଟି ଅଫ୍ ଇଣ୍ଡିଆ ବା (ଟ୍ରାଇ) ।

mobile 22ଏହି ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଟ୍ରାଇ ବେସମାରିକ ବିମାନ ସେବା ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ପଠାଇବ । ରିପୋର୍ଟ ଅନୁଯାୟୀ, ବିମାନରେ ଯାତ୍ରା କରିବା ବେଳେ ଭଏସ କଲ ଓ ମୋବାଇଲ ଡାଟା ବ୍ୟବହାର କରିବା ନେଇ ଟ୍ରାଇ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯାହାକୁ ଖୁବଶୀଘ୍ର ବେସାମରିକ ବିମାନ ମନ୍ତ୍ରାଳୟକୁ ପଠାଇବ । ଯଦି ମନ୍ତ୍ରାଳୟ ଟ୍ରାଇର ପ୍ରସ୍ତାବରେ ରାଜି ହୋଇଯାଏ ତେବେ ବିମାନରେ ଭଏସ କଲ କରିବା ସହ ଇଣ୍ଟରନେଟ ମଧ୍ୟ ଚଳାଇପାରିବେ ।

ପୂର୍ବରୁ ସୁରକ୍ଷା କାରଣରୁ ଯାତ୍ରୀଙ୍କୁ ବିମାନରେ ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବାକୁ କୁହାଯାଇଥାଏ । ଯାହାଦ୍ୱାରା ମୋବାଇଲରେ ନେଟୱାର୍କ ରହିନଥାଏ ।ତେଣୁ ଭଏସ କଲ କିମ୍ବା ଇଣ୍ଟରନେଟ ବନ୍ଦ ରହିଥାଏ । ମୋବାଇଲ ସେବାକୁ କିପରି ସମସ୍ତ ଲୋକଙ୍କ ନିକଟରେ ପହଞ୍ଚା ଯାଇ ପାରିବ ସେନେଇ ଟ୍ରାଇ ବିଭିନ୍ନ ପଦକ୍ଷେପ ହାତକୁ ନେଉଛି ।