ପିଏଫ୍ ଆକାଉଣ୍ଟ କୁ ପୋଷ୍ଟ ଅଫିସରୁ ବ୍ୟାଙ୍କକୁ ଟ୍ରାନ୍ସଫର୍ କରିବା ପାଇଁ ଅସୁବିଧା ଭୋଗୁଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ଉପାୟ ।

52

ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ(ପିପିଏଫ)କୁ ନିବେଶ ପାଇଁ ଭଲ ବିକଳ୍ପ ବୋଲି ଧରାଯାଏ । ଏଥିରେ ଭଲ ସୁଧ ଦର ସହିତ ଟ୍ୟାକ୍ସରୁ ବି ରିହାତି ମିଳେ । ଏହା ସହିତ ଏଥିରେ ଜମା ଥିବା ଫଣ୍ଡ ଉଠାଇଲେ ବି ଟ୍ୟାକ୍ସ ଲାଗେନି । ପୋଷ୍ଟ ଅଫିସ୍ ଓ ଅଥରାଇଜଡ୍ ବ୍ୟାଙ୍କରେ ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ । ଯଦି ଆପଣ ବ୍ୟାଙ୍କରେ ପିପିଏଫ୍ ଆକାଉଣ୍ଟ ଖୋଲୁଛନ୍ତି, ତେବେ ଆପଣଙ୍କୁ ଟଙ୍କା ଜମା କରାଇବା ପାଇଁ ବ୍ୟାଙ୍କ ଯିବାକୁ ପଡିବନି । ଏହି କାମ ଆପଣ ଅନଲାଇନ୍ ବି କରିପାରିବେ । ସେଇଠି ପୋଷ୍ଟ ଅଫିସ୍ ରେ ଆକାଉଣ୍ଟ ଖୋଲିଲେ ଆପଣଙ୍କୁ ବ୍ରାଂଚରେ ଯାଇ ଟଙ୍କା ଜମା କରିବାକୁ ପଡିବ । କିଛି ଲୋକଙ୍କୁ ଡାକଘର ଯାଇକି ଟଙ୍କା ଜମା କରିବା ମୁସ୍କିଲ କାମ ଲାଗେ । ଏହି ମୁସ୍କିଲ କାମର ସମାଧାନ ବି ଅଛି । ଯଦି ଖାତାଧାରୀ ଚାହିଁବେ, ପୋଷ୍ଟ ଅଫିସରୁ ନିଜ ଆକାଉଣ୍ଟ ବ୍ୟାଙ୍କରେ ଟ୍ରାନ୍ସଫର୍ କରାଇପାରିବେ । ଏଥିପାଇଁ ଗୋଟିଏ ସହଜ ଉପାୟ ଆପଣାଇବାକୁ ପଡିବ ।

• ସର୍ବପ୍ରଥମେ ଖାତାଧାରୀଙ୍କୁ ଜାଣିବାକୁ ପଡିବ କି ତାଙ୍କ ବ୍ୟାଙ୍କର କେଉଁ ବ୍ରାଂଚରେ ପିପିଏଫ୍ ଡିପୋଜିଟ୍ ଜମା କରାଯାଏ । ଏହାପରେ ଖାତାଧାରୀ ନିଜ ଆକାଉଣ୍ଟ ଟ୍ରାନ୍ସଫର୍ କରିବା ପାଇଁ ସେହି ବ୍ରାଂଚରେ ଏକ ଫର୍ମ ଭରିକି ଦେବ ।

• ଏହାପରେ ଆପ୍ଲିକେସନ୍ ଫର୍ମକୁ ଯେଉଁ ପୋଷ୍ଟ ଅଫିସ୍ ରେ ପିପିଏଫ୍ ଅଛି, ସେଇଠି ଜମା କରିବାକୁ ପଡିବ । ଏହି ଆପ୍ଲିକେସନ୍ ସହିତ ବ୍ୟାଙ୍କର ସେହି ବ୍ରାଂଚର ଡିଟେଲ୍ସ ବି ଦେବାକୁ ପଡିବ, ଯେଉଁଠିକି ଆକାଉଣ୍ଟ ଟ୍ରାନ୍ସଫର୍ କରାଯିବ । ଏହା ସହିତ ଓରିଜିନାଲ ପାସବୁକ୍ ବି ଦେବାକୁ ପଡିବ । ଏହାପରେ ପୋଷ୍ଟ ଅଫିସ୍ ଡକ୍ୟୁମେଣ୍ଟ ର ଭେରିଫିକେସନ୍ ପରେ ପିପିଏଫ୍ ଆକାଉଣ୍ଟ ଡିଟେଲ୍ସ ସମେତ ଅନ୍ୟ ତଥ୍ୟ ବ୍ୟାଙ୍କର ବ୍ରାଂଚକୁ ପଠାଯିବ ।

• ଏହି ପୁରା ପ୍ରକ୍ରିୟାରେ ପାଖାପାଖି ୭-୧୦ ଦିନ ସମୟ ଲାଗିଯିବ । ଏହି ପ୍ରକ୍ରିୟା ପୁରା ହେବା ପରେ ଆପଣ ସେହି ବ୍ରାଂଚ କୁ ଯାଇକି ଔପଚାରିକତା ପୁରା କରିପାରିବେ । ଏଠାରୁ ଖାତାଧାରୀଙ୍କୁ ନୂଆ ପାସବୁକ୍ ମିଳିବ, ଯେଉଁଥିରେ ପୁରୁଣା କ୍ରେଡିଟ୍ ଓ ବାଲାନ୍ସ ଟ୍ରାନ୍ସଫର୍ ର ତଥ୍ୟ ଥାଏ ।