ବସରେ ଯାଉଛନ୍ତି କି? ତେବେ ମୋବାଇଲରେ ରଖନ୍ତୁ ଏହି ଆପ । ତୁରନ୍ତ ମିଳିଯିବ ନିଜ ପସନ୍ଦର ସିଟ

59

ଛୁଟି ସିଜନ ଚାଲିଛି । ଏମିତିରେ କେତେକ ସ୍ଥାନ ପାଇଁ ଟ୍ରେନର କଂଫର୍ମ ଟିକେଟ ମିଳିବା ଏକ ବଡ ଚ୍ୟାଲେଂଜ ହେବ । କିନ୍ତୁ ଏବେ ଆପଣଙ୍କୁ ନିରାଶ ହେବାକୁ ପଡିବନି । ଆମେ ଆପଣଙ୍କୁ କିଛି ଏମିତି ଆପ ବିଷୟରେ ଜଣାଇବାକୁ ଯାଉଛୁ, ଯାହାର ସହାୟତାରେ ଆପଣ ଆପଣଙ୍କ ଟିକେଟ ବୁକିଂ କରିବା ସହିତ ମନ ପସନ୍ଦର ସିଟ ବି ପାଇପାରିବେ । ଏହି ଆପରେ ଆପଣଙ୍କୁ ଆହୁରି ବି ଅନେକ ସୁବିଧା ମିଳିବ । ଜାଣିଛନ୍ତି କି ଏହି ଆପଗୁଡିକ ବାବଦରେ ।

Yatra:ଏହି ଆପକୁ ୧ କୋଟି ୟୁଜର୍ସ ଡାଉନଲୋଡ କରିଛନ୍ତି । ଏହି ଆପକୁ ପ୍ଲେ ଷ୍ଟୋରରେ ୪.୫ ଷ୍ଟାର ମିଳିଛି । ଏହାକୁ ୨ ଲକ୍ଷରୁ ଅଧିକ ୟୁଜର୍ସ ରେଟିଙ୍ଗ ଦେଇଛନ୍ତି । ଏହି ଆପର ସହାୟତାରେ ଆପ କେବଳ ବସ ନୁହେଁ ବରଂ ଫ୍ଲାଇଟ ଟିକେଟ ବି ବୁକ କରିପାରିବେ । ଏହି ଆପରେ ଆପଣଙ୍କୁ ଅନେକ ଅଫର୍ସ ଓ କ୍ୟାସବେକ ବି ମିଳିବ ।

MakeMyTrip :ଏହି ଆପକୁ ୧ କୋଟି ୟୁଜର୍ସ ଡାଉନଲୋଡ କରିଛନ୍ତି । ଆପ କୁ ପ୍ଲେ ଷ୍ଟୋରରେ ୪.୨ ଷ୍ଟାର ମିଳିଛି । ଏହି ଆପକୁ ୫ ଲକ୍ଷରୁ ଅଧିକ ୟୁଜର୍ସ ରେଟିଙ୍ଗ ଦେଇଛନ୍ତି । ଆପର ସାଇଜ ୨୦ ଏମବି । ଏହି ଆପରେ ୧୨,୦୦୦ ବସ ରୁଟ ଏବଂ ୧,୩୦୦ରୁ ଅଧିକ ବସ ଅପରେଟର୍ସକୁ ବାଛିବାର ବିକଳ୍ପ ମିଳିବ । ଏହି ଆପରେ ଆ ପଣ ଡିଲକ୍ସ, ସ୍ଲିପର, ଏକ୍ସପ୍ରେସ, ଭୋଲଭୋ ଭଳି ବସ ଚୟନ କରିପାରିବେ ।

redBus: ଏହି ଆପକୁ ୧ କୋଟି ୟୁଜର୍ସ ଡାଉନଲୋଡ କରିଛନ୍ତି । ଆପ କୁ ପ୍ଲେ ଷ୍ଟୋରରେ ୪.୩ ଷ୍ଟାର ମିଳିଛି । ଏହାକୁ ୩ ଲକ୍ଷରୁ ଅଧିକ ୟୁଜର୍ସ ରେଟିଙ୍ଗ ଦେଇଛନ୍ତି । ଆପର ସାଇଜ ୧୪ ଏମବି । ଏହି ବସ ନିଜର ବସ ସେବା ପାଇଁ ଜଣାଯାଏ । ଏହି ଆପରେ ଆପଣଙ୍କୁ ୭୦ ହଜାରରୁ ବି ଅଧିକ ରୁଟ ଓ ପାଖାପାଖି ୨,୩୦୦ରୁ ଅଧିକ ବସ ଅପରେଟର୍ସଙ୍କୁ ବାଛିବାର ବିକଳ୍ପ ମିଳିବ । ବସକୁ ଆପଣ ବୁକ କରିବା ସହିତ କ୍ୟାନସଲ ବି କରିପାରିବେ । ଏହା ସହିତ ଆପରେ ବସର ପୋଜିସନକୁ ଫୋନରେ ଟ୍ରାକ ବି କରିପାରିବେ ।

AbhiBus:ଏହି ଆପକୁ ୧୦ ଲକ୍ଷ ୟୁଜର୍ସ ଡାଉନଲୋଡ କରିଛନ୍ତି । ଆପ କୁ ପ୍ଲେ ଷ୍ଟୋରରେ ୪.୧ ଷ୍ଟାର ମିଳିଛି । ଏହାକୁ ୫୧ ହଜାରରୁ ଅଧିକ ୟୁଜର୍ସ ରେଟିଙ୍ଗ ଦେଇଛନ୍ତି । ଆପର ସାଇଜ ୮.୯ ଏମବି । ଏହି ଆପରେ ଆପଣଙ୍କୁ ୭୫ ହଜାରରୁ ବି ଅଧିକ ରୁଟ ଓ ପାଖାପାଖି ୨,୫୦୦ରୁ ଅଧିକ ବସ ଅପରେଟର୍ସଙ୍କୁ ବାଛିବାର ବିକଳ୍ପ ମିଳିବ । ଏହି ଆପକୁ ଆପଣ ଫେସବୁକ ବା ଗୁଗଲ ଆକାଉଣ୍ଟ ସହିତ ଲିଙ୍କ କରିପାରିବେ । ଏହା ବ୍ୟତୀତ ଆପଣ ନିଜର ଯାତ୍ରା ପାଇଁ ଅନଲାଇନ ବ୍ୟାକିଙ୍ଗ ଠାରୁ ଆରମ୍ଭ କରି ମୋବାଇଲ ୱାଲେଟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।