ସ୍ମାର୍ଟଫୋନ ବ୍ୟବହାର କରୁଥିବା ଯୁବବର୍ଗ ହୋଇଯାଆନ୍ତୁ ସାବଧାନ ! ବିଶେଷଜ୍ଞ ଦେଲେ ସାଙ୍ଘାତିକ ତଥ୍ୟ, ଜାଣନ୍ତୁ ପୁରା ରିପୋର୍ଟ ।

28

ଅଧିକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷ ମାନେ ସାବଧାନ ହୋଇଯାଆନ୍ତୁ । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ସମୟ ଧରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ଫୋନର ରେଡିଏସନ କିଶୋରମାନଙ୍କ ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ । ଏହି ରେଡିଏସନ୍ ମସ୍ତିଷ୍କର ଖାସ ଭାଗରେ ସ୍ମୃତି ଶକ୍ତି ସମ୍ବନ୍ଧୀୟ କାର୍ଯ୍ୟକ୍ଷମତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ । ଏହି ପ୍ରଭାବ କିଶୋୟ ବୟସର ପାଖାପାଖି ୭୦୦ ଜଣ ପିଲାମାନଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନ ଆଧାରରୁ ଜଣାପଡିଛି ।

ସ୍ୱିଜରଲ୍ୟାଣ୍ଡର ସ୍ୱିସ ଟ୍ରପିକାଲ ଆଣ୍ଡ ପବ୍ଲିକ ହେଲଥ୍ ଇନଷ୍ଟିଚ୍ୟୁଟର ଅଧିକାରୀମାନେ ଏକ ଅଧ୍ୟୟନ ସଂଚାର ଉପକରଣରେ ରେଡିଓ ଫ୍ରିକ୍ୟୋନ୍ସି ଇଲେକ୍ଟ୍ରୋ ମ୍ୟାଗନେଟିକ୍ ଫିଲ୍ଡ ଏବଂ କିଶୋରମାନଙ୍କ ଠାରେ ସ୍ମୃତି ସମ୍ବନ୍ଧୀୟ କ୍ଷମତା ମଧ୍ୟରେ କରିଥିଲେ । ମୋବାଇଲ ଫୋନର ବ୍ୟବହାର କିଶୋରମାନଙ୍କ ଉପରେ ପଡୁଥିବା ଏହି ଅଧ୍ୟୟନରୁ ଜଣାପଡିଛି । ଅଧ୍ୟୟନରୁ ଜଣାପଡିଛି ଯେ, ଏକ ବର୍ଷରୁ ଅଧିକ ସମୟ ଧରି ମୋବାଇଲ ଫୋନ ବ୍ୟବହାର ଦ୍ୱାରା ମସ୍ତିଷ୍କର ସ୍ମରଣଶକ୍ତି କ୍ଷମତା ଉପରେ ବିପରୀତ ପ୍ରଭାବ ପଡିପାରେ । ବିଶେଷଜ୍ଞ ପ୍ରମୁଖ ମାର୍ଟିନ ରୁସଲି କହିଛନ୍ତି ଯେ, ହେଡଫୋନ କିମ୍ବା ଲାଉଡସ୍ପିକର ବ୍ୟବହାର ଦ୍ୱାରା ଏହି ବିପଦକୁ ଏଡାଇ ଦିଆଯାଇପାରେ ।