ଏମିତି ବି ହୁଏ ପ୍ଲାଷ୍ଟିକର ବ୍ୟବହାର । ପାଣି ଟାଙ୍କି ପାଲଟିଲା ପାର୍କିଂ ସ୍ଥଳ, ତାଜୁବ ହୋଇଗଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ।

357

ଧୀରେ ଧୀରେ ପ୍ଲାଷ୍ଟିକ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ଏହାକୁ ବର୍ଜନ କରିବାକୁ ଜୋରଦାର ପ୍ରୟାସ କରାଯାଉଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । କାରଣ ପ୍ଲାଷ୍ଟିକ ପୁର୍ନବାର ବ୍ୟବହାର ହୋଇପାରୁନଥିବା ବେଳେ ପୂରା ବିଶ୍ୱ ପାଇଁ ଏହା ଏବେ ବଡ ଚିନ୍ତାର କାରଣ ପାଲଟିଛି । କିନ୍ତୁ କିଛି ଭାରତୀୟ ମାନେ ପ୍ଲାଷ୍ଟିକର ବ୍ୟବହାର ଏମିତି ଢଙ୍ଗରେ କରିଥାନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ପ୍ଲାଷ୍ଟିକ ବ୍ୟବହାରର ସେହିଭଳି ଏକ ଚିତ୍ର ଏବେ ସାମ୍ନାକୁ ଆଣିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।

ଅନେକ ସମୟରେ ଲୋକଙ୍କର ସୃଜନାତ୍ମକ କାର୍ଯ୍ୟକୁ ଟ୍ୱିଟ୍ ମାଧ୍ୟମରେ ସାମ୍ନାକୁ ଆଣିଥାନ୍ତି ଆନନ୍ଦ । ଆଉ ଏହାସହ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି କିଛି କରିବାକୁ ପୋତ୍ସାହିତ କରିଥାନ୍ତି । ଜୁଲାଇ ୧୮ରେ ସେ ଏକ ଫଟୋ ଟୁଇଟ୍ କରିଥିଲେ, ଯେଉଁଥିରେ ବାଇକ୍ ପାର୍କିଂର ଏକ ଭିନ୍ନ ଉପାୟ ଦେଖିବାକୁ ମିଳିଥିଲା । ଲୋକମାନେ ଗାଡ଼ି ରଖିବା ପାଇଁ ଘର ତିଆରି କରୁଥିବା ବେଳେ ଜଣେ ଲୋକ ପ୍ଲାଷ୍ଟିକ୍ ପାଣି ଟାଙ୍କିର ଗୋଟେ ପାଖ କାଟି ସେଥିରେ ଦୁଇଟି ଗାଡ଼ି ରଖିଥିବା ଫଟୋରେ ଦେଖିବାକୁ ମିଳିଥିଲା । ପ୍ଲାଷ୍ଟିକକୁ ନ ଫିଙ୍ଗି ତାକୁ ଏଭଳି ଭାବରେ ବ୍ୟବହାର କରିବାର ଉପାୟ ଦେଖି ଫଟୋ ସେୟାର କରିବା ସହ ଟୁଇଟ୍ କରିଥିଲେ ଆନନ୍ଦ ମହିନ୍ଦ୍ରା ।

ଟୁଇଟରେ ଆନନ୍ଦ ଲେଖିଥିଲେ , ମୁଁ ମୋ ଅଫିସରେ ପ୍ଲାଷ୍ଟିକ ବୋତଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟୁଇଟ୍ କରିଥିଲି । କିନ୍ତୁ ମୋତେ ଲାଗୁଛି କି ଆମ ଆଖ ପାଖରେ ଥିବା ବିଭିନ୍ନ ପ୍ଲାଷ୍ଟିକ ଜିନିଷ ଉପରେ ଏହି ନିୟମ ଲାଗୁ ହେବା ଦରକାର । ପ୍ଲାଷ୍ଟିକର ପୁନଃବ୍ୟବହାର କରିବାରେ ଲୋକମାନଙ୍କ ସୃଜନଶୀଳତା ଦେଖି ମୋତେ ବହୁତ ଭଲ ଲାଗିଲା ବୋଲି ଲେଖିଥିଲେ ଆନନ୍ଦ ମହିନ୍ଦ୍ରା । ତାଙ୍କର ଏଭଳି ଟୁଇଟକୁ ଲୋକେ ପସନ୍ଦ କରିବା ସହ ପ୍ଲାଷ୍ଟିକକୁ ଭାରତରେ କିଭଳି ଭାବରେ ବ୍ୟବହାର କରାଯାଉଛି, ତାହାର ଫଟୋ ସବୁ ଟୁଇଟ୍ କରିଥିଲେ ।