ବ୍ରାଉନ୍ ରାଇସ ଖାଆନ୍ତୁ ! ଓଜନ ହ୍ରାସ କରନ୍ତୁ

34

ଆଜିକାଲିକା ଯୁଗରେ ସମସ୍ତେ ଫିଟ୍ ରହିବା ପାଇଁ ପସନ୍ଦ କରିଥାନ୍ତି । ଶରୀରକୁ ଫିଟ୍ ରଖିବା ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ରହିବା ବହୁତ ଜରୁରୀ । କିନ୍ତୁ କମ ଦିନରେ ଓଜନ ହ୍ରାସ କରିବା ସମସ୍ତଙ୍କ ପାଇଁ ସମସ୍ୟା ହୋଇଥାଏ । ଓଜନ ହ୍ରାସର କୈାଣସି ସରଳପଦ୍ଧତି ନ’ଥିବାରୁ ଆମକୁ ଆମର ଖାଦ୍ୟଶୈଳୀ ଉପରେ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଦ୍ୟରେ ଚୋପା ଜାତୀୟ ଖାଦ୍ୟର ବ୍ୟବହାର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଚୋପାଯୁକ୍ତ ଖାଦ୍ୟରେ ଫାଇବରର ମାତ୍ରା ଅଧିକ ରହୁଥିବାରୁ ଏହା ବହୁତ ସମୟ ପର୍ଯ୍ୟନ୍ତେ ଭୋକ ହେବାକୁ ଦିଏ ନାହିଁ, ଯାହାଦ୍ୱାରା ଶରୀରରେ ଖାଦ୍ୟର ସନ୍ତୁଳିତ ପରିମାଣ ମଧ୍ୟ ଠିକ୍ ରହିଥାଏ । ଚାଉଳର ପ୍ରକ୍ରିୟାକରଣ ବେଳେ ଏହି ଚୋପାକୁ ହଟାଇ ଦିଆଯାଉଥିବାରୁ ଏଥିରେ କ୍ୟାଲୋରୀର ପରିମାଣ ବଢିଯାଇଥାଏ ।

ବିଭିନ୍ନ ପ୍ରକାର ସର୍ବେକ୍ଷଣରୁ ଜଣାପଡିଛି ଯେ ଚୋପାଯୁକ୍ତ ବ୍ରାଉନ ରାଇସ୍ ଓଜନ ହ୍ରାସକୁ ତ୍ୱରାନିତ କରିଥାଏ । ଆମେ ୩୦ ମିନିଟ୍ ଚାଲିବା ସହିତ ଏହା ସମ ପରିମାଣର କାମ କରିଥାଏ । ଖାଦ୍ୟରେ ଅଧିକ ମାତ୍ରାରେ ଫାଇବର ରହିଲେ ଦୈନିକ ୧୦୦ କ୍ୟାଲୋରୀ କମ କରିବାରେ ସହାୟକ ହୋଇଥାଏ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।