ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ପାଆନ୍ତୁ ମୁକ୍ତି ! ବ୍ୟବହାର କରନ୍ତୁ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ

56

ଲେମ୍ବୁକୁ ଖଟାଫଳ ଭାବରେ ବ୍ୟବହାର କରାଯାଏ । ଆମର ଦୈନନ୍ଦିନ ଜୀବନଶୈ÷ଳୀରେ ଲେମ୍ବୁର ଚାହିଦା ବହୁତ ବେଶୀ । ଘରୋଇ ଉପଚାର ଭାବରେ ଲେମ୍ବୁର ବ୍ୟବହାର କୋଉ ପୂରୁଣାକାଳରୁ ରହିଆସିଛି । ଏଥିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ମହଜୁଦ୍ ହୋଇ ରହିଥାଏ, ଏହାବ୍ୟତିତ ଏଥିରେ ଆଂଟିଅକ୍ସିଡାଇଂଟ୍ ଏବଂ ମିନିରାଲ୍ସ ମଧ୍ୟ ରହିଥାଏ ।

ଲେମ୍ବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିିକୁ ବୃଦ୍ଧି କରିଥାଏ, ଯାହାଫଳରେ ଥଣ୍ଡା, କାଶ, ଜ୍ୱର ଆଦି ଆମ ଶରୀରରୁ ବହୁତ ଦୂରରେ ରହିଥାଏ । ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଆଜିକାଲି ଲୋକଙ୍କ ଜୀବନଶୈଳୀରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖାଯାଉଛି । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ଚୋପାରୁ ଏକ ଖାସ୍ ତେଲ ତିଆରି କରିପାରିବା । ଏକ କପ ଅଲିଭ ତେଲ, ୨ଟି ବଡ ଲେମ୍ବୁ, ୫ଟି ୟୁକାଲିପଟାସର ପତ୍ରକୁ ନେଇ ଏହି ତେଲ ତିଆରି କରିପାରିବା ।

ଏହି ଖାସ୍ ତେଲ ତିଆରି କରିବା ପାଇଁ ପ୍ରଥମେ ଲେମ୍ବୁର ଚୋପାକୁ ଛୋଟ ଛୋଟ ଖଣ୍ଡ କାଟି ଗୋଟିଏ ଜାରରେ ରଖିବା ସେଥିରେ ଅଲିଭ ତେଲକୁ ମିଶାଇବା । ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ପଡିବ, ଯେ ଲେମ୍ବୁର ଚୋପା ଯେମିତି ତେଲରେ ସମ୍ପୂର୍ଣ୍ଣ ଭାବରେ ବୁଡିକି ରହିବ ।

ୟୁକାଲିପଟାସର ପତ୍ରକୁ ଛୋଟ ଛୋଟ କାଟି ଏଥିରେ ମିଶାଇଦେବା । ଜାରର ମୁହଁକୁ ଭଲଭାବରେ ବନ୍ଦକରି ଏକ ଥଣ୍ଡା ଯାଗାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖିଦେବା । ପ୍ରାୟତଃ ଦୁଇ ସପ୍ତାହ ପରେ ଏହାକୁ ଛାଣିଦେବା । ଏହି ତେଲକୁ ସପ୍ତାହରେ ପ୍ରାୟତଃ ତିନି ଥର ଯଦି ମାଲିସ କରିବା ତେବେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା ।