ପାକିସ୍ତାନକୁ ଝଟକା : ଆଇଏମଏଫ ପରେ ଆମେରିକା ବନ୍ଦ କଲା ୧.୬୬ ବିଲିୟନ ଡଲାରର ସହୟତା ରାଶି

ଟ୍ରମ୍ପ କହିଥିଲେ, ଆତଙ୍କବାଦ ବିରୋଧରେ ପାକ୍ ନେଉନି କାର୍ଯ୍ୟାନୁଷ୍ଠାନ

100

କନକ ବ୍ୟୁରୋ : ପାକିସ୍ଥାନକୁ ପୁଣି ବଡ ଝଟକା ଦେଇଛି ଆମେରିକା । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପାକିସ୍ତାନ ଉପରେ ଅର୍ଥନୈତିକ କଟକଣା ଲଗାଇବା ପରେ, ଇସଲାମାବାଦକୁ ବଡ ଆର୍ଥୀକ ସହାୟତା ଯୋଗାଉଥିବା ଆମେରିକା ବଡ ଝଟକା ଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନ ପରେ ପାକିସ୍ତାନକୁ ଦିଆଯାଉଥିବା ୧ଦଶମିକ ୬ ଆରବ ଡଲାର ଉପରେ ରୋକ୍ ଲଗାଇଛି ଆମେରିକା ପ୍ରଶାସନ ।

source : Blasphemy.ie

ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ପାକିସ୍ତାନକୁ କାର୍ଯ୍ୟକ୍ରମକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଛି । ଆଇଏମଏଫ ପାକିସ୍ତାନକୁ ସହାୟତା ଦେବାକୁ କଡା ସର୍ତ ରଖିଥିଲେ । ଏହା ସହିତ ପାକିସ୍ତାନକୁ ଚୀନ ସହିତ ଆର୍ଥିକ ସହଯୋଗ ନେଇ ହୋଇଥିବା ବୁଝାମଣାର ତଥ୍ୟ ମାଗିଛି ଆଇଏମଏଫ୍ । ପାକିସ୍ତାନ ଦ୍ୱାରା ଆତଙ୍କବାଦକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆମେରିକା ପକ୍ଷରୁ ପାକ୍ ସେନାକୁ ଦିଆଯାଉଥିବା ଲକ୍ଷ ଲକ୍ଷ ଡଲାର ବନ୍ଦ କରିବା ନିଷ୍ପତିକୁ ରବିବାର ସମର୍ଥନ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।