ଶେଷ ହେଲା ଉସେନ ବୋଲ୍ଟଙ୍କ ସ୍ୱପ୍ନର ଧାରା : ୯ଟି ସ୍ୱର୍ଣ୍ଣ ସହ ଅଲିମ୍ପିକକୁ କହିଲେ ଅଲବିଦା

32

Capture2ଶେଷ ହୋଇଛି ଉସେନ ବୋଲ୍ଟଙ୍କ ସ୍ୱପ୍ନର ଧାରା । ୯ଟି ସ୍ୱର୍ଣ୍ଣ ପଦକ ସହ ସବୁଦିନ ପାଇଁ ରନିଂ ଟ୍ରାକକୁ ବୋଲ୍ଟ କହିଛନ୍ତି ଅଲବିଦା । ବିଶ୍ୱର ଏହି ଶ୍ରେଷ୍ଠତମ ଧାବକ ଲଗାତର ତିନୋଟି ଅଲିମ୍ପିକ୍ସରେ ତିନୋଟି କାଟାଗୋରୀରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଜାମାଇକାର ଏହି ଷ୍ଟାର । ୧୦୦ ମିଟର, ୨୦୦ ମିଟର ଓ ୪ ଗୁଣା ୧୦୦ ମିଟର ରିଲେରେ ୯ଟି ଗୋଲଡ ମେଡାଲକୁ ନିଜ ନାଁରେ କରିଛନ୍ତି ବୋଲଟ । ୯ ବର୍ଷର ଅଲିମ୍ପିକ୍ସ କ୍ୟାରିୟରରେ ୯ଟି ସ୍ୱର୍ଣ୍ଣ ନେଇ ସେ ରେକର୍ଡ ସୃଷ୍ଟି କରିଛନ୍ତି ।

ହ୍ୟାଟ୍ରିକରେ ହ୍ୟାଟ୍ରିକ କରିବାରେ ଯେଉଁ ନିଆରା ରେକର୍ଡ ଉସେନ ବୋଲଟ ନିଜ ନାଁରେ କରିଛନ୍ତି ହୁଏତ ସେହି ରେକର୍ଡ ଭାଙ୍ଗିବା ଅଲିମ୍ପିକ୍ସ ଇତିହାସରେ ଏତେ ସହଜ ହେବନି । ରିଓ ଅଲିମ୍ପିକ୍ସ ପୂର୍ବରୁ ଟ୍ରାକରୁ ଅବସର ନେବାକୁ ବୋଲଟ ଘୋଷଣା କରି ସାରିଥିଲେ । ତେବେ ଆଜି ରିଓରେ ନିଜ ଖେଳକୁ ସମାପ୍ତ କରି ସବୁଦିନପାଇଁ ବିଦାୟ ନେଇଛନ୍ତି ବୋଲ୍ଟ । ନିଜର ଶେଷ ଅଭିଭାଷଣରେ ବୋଲ୍ଟ କହିଛନ୍ତି ଯେ ଅଲିମ୍ପିକ୍ସକୁ ସେ ସବୁଦିନ ମନେ ପକାଇବେ। କାରଣ ଅଲିମ୍ପିକ୍ସ ତାଙ୍କ ପାଇଁ ସବୁଠାରୁ ବଡ ମଂଚ।